-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ଶାରଦୀୟ ଦୁର୍ଗାପୂଜା ପାଇଁ ଦୈତ୍ୟ ନଗରୀ କଟକ - ଭୁବନେଶ୍ୱର ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଁ ଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି।
ଭୁବନେଶ୍ୱର ବରମୁଣ୍ଡା ଦୁର୍ଗା ମଣ୍ଡପ ଠାରେ ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି ଗତକାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ଅଧ୍ୟକ୍ଷା ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ନୃତ୍ୟାଙ୍ଗନା ଙ୍କ ତାଳେ ତାଳେତାଳେ ଦର୍ଶକ ମାନେ ମଧ୍ୟ ଝୁମି ଉଠିଥିଲେ ।
(କୈଳାଶ ଚନ୍ଦ୍ର ଚୌଧୁରୀ)