-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହାତଧୁଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ହାତ ଭଲଭାବେ ଧୋଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ପାଇ ପାରିବା।କୋଭିଡ ପରେ ହାତ ଧୋଇବାରେ ଅବହେଳା ନକରିବା ପାଇଁ ୧୫ ଅକ୍ଟୋବର ଆମକୁ ମନେ ପକାଇଦିଏ ହାତ ଧୋଇବା ପାଇଁ। ଅଶୁଦ୍ଧ ହାତରେ ନାକ, ଆଖି, ପାଟିକୁ ସ୍ପର୍ଶ କଲେ ଅନେକ ଜୀବାଣୁ,
ଭୂତାଣୁ ଏହି ସବୁ ରାସ୍ତାଦେଇ ଶରୀରରେ ପ୍ରବେଶ କରି ଜ୍ୱର, ସର୍ଦ୍ଦି, ଆଖି ଧରା, ଅତିସାର, କୃମି ଆଦି ରୋଗ ସୃଷ୍ଟି କରେ। ଏଣୁ ଖାଇବା ପୂର୍ବରୁ ସାବୁନ୍ ଦ୍ଵାରା ଅଧା ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଘଷି ମାଜି ହାତ ଧୁଅନ୍ତୁ, ଛୋଟ ଶିଶୁକୁ ଧରିବା ବେଳେ ହାତ ଧୁଅନ୍ତୁ ସାନିଟାଇଜର ଲଗାନ୍ତୁ ସୁସ୍ଥ ରୁହନ୍ତୁ ସଚେତନ କରିଥିଲେ।ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ଓ ରାଜ କିଶୋର ସ୍ୱାଇଁ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl
(କୈଳାଶ ଚନ୍ଦ୍ର ଚୌଧୁରୀ)