-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

14-Oct-2024



ବ୍ରହ୍ମପୁର(ପ୍ରେରଣା ଖବର): ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ଵାସ ମଧ୍ୟରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ବ୍ରହ୍ମପୁର ସହରର ହିଲପାଟଣାଠାରେ ଅବସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମୁନିଟି ହଲଠାରେ ପରିବାର ବର୍ଗଙ୍କ ତରଫରୁ ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପରିବାର ସଦସ୍ୟ, ବନ୍ଧୁ, ପରିଜନ, ପ୍ରଶଂସକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ଵର୍ଗତଃ ବିଶ୍ଵାଳଙ୍କର ବିଗତ ବର୍ଷ ଆଶ୍ବିନ ମାସ ଶୁକ୍ଳପକ୍ଷ ପବିତ୍ର ଅଷ୍ଟମୀ ତିଥିରେ ସ୍ଵର୍ଗାରୋହଣ ହୋଇଥିଲା। ଏହି ସ୍ମୃତି ସଭାରେ ସ୍ଵର୍ଗତଃ ବିଶ୍ଵାଳଙ୍କର ସ୍ଵାମୀ ଓଡ଼ିଶା ରାଜ୍ୟ ପରିବହନ ନିଗମର ପୂର୍ବତନ ଯନ୍ତ୍ରୀ ଇଞ୍ଜିନିୟର ମୀନକେତନ ବିଶ୍ଵାଳ, ବଡ଼ପୁଅ ମାଞ୍ଚେଷ୍ଟର ନିବାସୀ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, ସାନପୁଅ ଯୁବ

ଶିଳ୍ପୋଦ୍ୟୋଗୀ ଶିବ କୁମାର ବିଶ୍ଵାଳ, ଝିଅ ସ୍ମିତା ବେହେରା, ଜ୍ୱାଇଁ ଇଞ୍ଜିନିୟର ସରୋଜ କୁମାର ବେହେରା, ଦୁଇ ବୋହୂ ପୂଜା ଖଣ୍ଡୁଆଳ ଓ ଆରତୀ ବିଶ୍ଵାଳ ତଥା ନାତି ନାତୁଣୀ ସ୍ନେହା, ସାନଭି, ସୌରଭ, ଶ୍ରଦ୍ଧା, ଆଦିତ ଓ ସାଇ, ବନ୍ଧୁବାନ୍ଧବଙ୍କ ମଧ୍ୟରେ ଉଦୟନାଥ ବିଶ୍ଵାଳ, ବିପିନ ବିହାରୀ ବିଶ୍ଵାଳ, ପଞ୍ଚାନନ ବିଶ୍ଵାଳ, ଲିଲି ଜେନା, ଅର୍ଜୁନ ଜେନା, ଅଞ୍ଜଳି ନାୟକ, ସରୋଜ ନାୟକ, ସୌମ୍ୟଜିତ ରାଉତ,  ଅଶ୍ୱିନୀ ସ୍ଵାଇଁ, ଇନ୍ଦିରା ନାୟକ, ପ୍ରଦୀପ ନାୟକ, ଦିଲ୍ଲୀପ ବିଶୋୟୀ, ଲୋକନାଥ ବିଶୋୟୀ, ରଞ୍ଜିତ ନାୟକ, କ୍ଷୀରୋଦ ସ୍ଵାଇଁ,  ଝୁନୁ ବିଶ୍ଵାଳ,  ଟିକି ବିଶ୍ଵାଳ ,  ରୁବି ଖଣ୍ଡୁଆଳ, ଲକ୍ଷ୍ମୀପ୍ରିୟା ସ୍ଵାଇଁ, ହିମାଂଶୁ ସ୍ଵାଇଁ, ଡଲି ସ୍ଵାଇଁ, ଟିନା ବିଶ୍ଵାଳ ଓ କୁନାଲ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳ ଏକାଧାରରେ ଜଣେ ଧର୍ମ ପରାୟଣା, ସରଳ, ଅମାୟିକ, ସ୍ନେହୀ, ମିଷ୍ଟଭାଷୀ, ଦରଦୀ, ପରୋପକାରୀ ମହିଳା ଥିଲେ।  ସେ ୧୯୫୭ ମସିହା ସେପ୍ଟେମ୍ବର ୨୧ ତାରିଖରେ ଭଞ୍ଜନଗରର ନଟେଙ୍ଗା ଗ୍ରାମରେ ମାତା ସୁଷମା ନାୟକ ଏବଂ ପିତା ଅଭିମନ୍ୟୁ ନାୟକଙ୍କର ଔରସରୁ 
ଜନ୍ମ ଗ୍ରହଣ କରିଥିଲେ। ପରିବାରରେ ସେମାନେ ଛଅ ଭଉଣୀ ଓ  ଜଣେ ମାତ୍ର ଭାଇ ଥିଲେ। ଭଉଣୀମାନେ ହେଲେ ପୂର୍ବତନ ଆସ୍କା ବିଧାୟିକା ମଞ୍ଜୁଳା ସ୍ଵାଇଁ, ସଂଯୁକ୍ତା ପାତ୍ର, ଲିଲି ଜେନା, ବିଷ୍ଣୁପ୍ରିୟା ନାୟକ, ଭାଗ୍ୟଲତା ରାଉତ ଓ ଭାଇ ସ୍ଵର୍ଗତଃ ସନ୍ତୋଷ ନାୟକ ଅଟନ୍ତି ।  ଶ୍ରୀମତୀ ବିଶ୍ଵାଳ ୧୯୭୬ ମସିହା ମାର୍ଚ୍ଚ ୩ ତାରିଖରେ ଆସ୍କାର ବରଗାଁ ନିବାସୀ ସ୍ଵର୍ଗତଃ  କୃଷ୍ଣ ଚନ୍ଦ୍ର ବିଶ୍ଵାଳ ଏବଂ ସ୍ଵର୍ଗତଃ ସତ୍ୟଭାମା ବିଶ୍ଵାଳଙ୍କର ଜ୍ୟେଷ୍ଠ ପୁତ୍ର  ମୀନକେତନ ବିଶ୍ଵାଳଙ୍କୁ ବିବାହ କରିଥିଲେ।  ତାଙ୍କର ଦୁଇ ଦିଅର ଉଦୟନାଥ ବିଶ୍ଵାଳ ଓ ବିପିନ ବିହାରୀ ବିଶ୍ଵାଳ ଏବଂ ପାଞ୍ଚ ଜଣ ନଣନ୍ଦ ଯଥା ; ଶଶିଦେବୀ ସ୍ଵାଇଁ, ଉଷାରାଣୀ ବିଷୋୟୀ, ନିଶାମଣି ନାୟକ, ଇନ୍ଦିରା ନାୟକ ଓ କଲ୍ୟାଣୀ ବେହେରା ଆଦି ଅନ୍ୟତମ । ଗଭୀର ଇଶ୍ଵର ବିଶ୍ଵାସୀ ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳ,  ତାଙ୍କର ସ୍ୱାମୀ ଇଞ୍ଜିନିୟର ମୀନକେତନ ବିଶ୍ଵାଳଙ୍କ ସହିତ ଯାଜପୁରର  ବାହାଦଲାପୁରସ୍ଥିତ ସୁଧର୍ମା ମହାସଙ୍ଘର ପ୍ରତିଷ୍ଠାତା ସୁପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ମାଧବ ବାବାଙ୍କର ନିଷ୍ଠାପର ଭକ୍ତ ଥିଲେ। 

ଏହି ସ୍ମୃତି ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ  ଶିବାଶିଷ ସାମଲ ଓ ରଶ୍ମିତା ଦାଶ   ଭଜନ ପରିବେଷଣ କରିଥିଲେ। ସେମାନଙ୍କୁ

ବାଦ୍ୟଯନ୍ତ୍ରରେ ସିତାଂଶୁ ରାଉତ, ବସନ୍ତ ତିଆଡ଼ି ଓ ନିତ୍ୟାନନ୍ଦ ଗୁରୁ ପ୍ରମୁଖ ସହଯୋଗ କରିଥିଲେ। କମୁନିଟି ହଲ ଏବଂ ବିଶ୍ଵାଳ ବାସଭବନକୁ ଆସି ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ ପୂର୍ବକ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଦିବଂଗତ ଆତ୍ମାର ସଦଗତି ଓ ଚିରଶାନ୍ତି କାମନା କରିଥିବା ବରେଣ୍ୟ ବ୍ୟକ୍ତି ବିଶେଷଙ୍କ  ମଧ୍ୟରେ ଆସ୍କାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ଵାଇଁ, କାଉନସିଲର ସଞ୍ଜୀତ ପାଣିଗ୍ରାହୀ, ସିପିଏମ୍ ନେତା ଅଳି ପଟ୍ଟନାୟକ, ଘରୋଇ ବସ୍ ମାଲିକ ସଙ୍ଘର ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ, ଅଟୋ ନଗର ସଙ୍ଘର ସମ୍ପାଦକ ଅଚ୍ୟୁତାନନ୍ଦ ମିଶ୍ର, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଆନ୍ତର୍ଜାତିୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ସାବତ, ବିଶିଷ୍ଟ ସାହିତ୍ୟିକ ଇଞ୍ଜିନିଅର ଯାମିନୀ କାନ୍ତ ଦାସ, ସମାଜସେବୀ ରୋଟାରିଆନ ଡଃ. କିରଣ ପାଣିଗ୍ରାହୀ, ଜିଏଚକେବି କଳା ଓ ସଂସ୍କୃତି ମହାବିଦ୍ୟାଳୟର ପ୍ରିନସିପାଲ କାବେରୀ ବେହେରା, ଯୁବନେତା ନଚିକେତା ସ୍ଵାଇଁ, ନାରାୟଣ ଖଣ୍ଡୁଆଳ, କୁମାରୀ ଖଣ୍ଡୁଆଳ, ଦିଲ୍ଲୀପ ଖଣ୍ଡୁଆଳ, ତ୍ରିନାଥ ନାୟକ, ଫିରୋଜ ନାୟକ, ନିରଞ୍ଜନ ସ୍ଵାଇଁ, ଲୋକନାଥ ଖୁଣ୍ଟିଆ, ଦିଲ୍ଲୀପ ସାହୁ,  ଶୋଭନ ବେହେରା, ପ୍ରସନ୍ନ ସାମନ୍ତରାୟ, ସତ୍ୟବ୍ରତ ଜେନା, ପ୍ରକାଶ ନାୟକ ଏବଂ ସରୋଜ କୁମାର ଦାଶ ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like