-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷା ବିଣା ମାଝୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ । ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ସମନ୍ଵିତ ଶିଶୁ ବିକାଶ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ପଦ୍ମନାବ ଭଲା ଓ ପିଓ ଏ.ଡି ପ୍ରସାଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଶିକ୍ଷା ବିଭାଗରେ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲଚନା ହେଲା ଏହି ବୈଠକରେ ଡାବୁଗାଁ ବିଡ଼ିଓ ଶରତମାଝୀ, ଜିଲ ପରିଷଦ ସଭ୍ୟ ଜିନ୧,ଜନ ୨ ର ଗୁପ୍ତ ବିଷୋୟୀ ଏବଂ ଧନସିଂ ଭତ୍ରା ,ବ୍ଲକ ଉପଧକ୍ଷା ସଦାନନ୍ଦ ନାୟକ, ସିଡିପିଓ, ସହକରି କୃଷି ଅଧିକାରୀ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ , ମୃତ୍ତିକାସଂଗ୍ରକ୍ଷଣ ବିଭାଗର ଅଧିକାରୀ,ଡାବୁଗାଁ ରେଞ୍ଜର, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ସମେତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଡାବୁଗାଁ ବ୍ଲକର ସମସ୍ତ ସମିତିସଭ୍ୟ, ସରପଞ୍ଚ ମାନେ ଉପସ୍ଥିତ ଥିଲେ |