-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼- ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ଆସନ୍ତା ନଭେମ୍ବର ୫ ତାରିଖ ୧୯ ବର୍ଷ ହେବ ଏ ନେଇ ବରଗଡ଼ ସ୍ଥିତ ହଟେଲ ଗଣପତି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଥିଲା,ଏ ବର୍ଷ ସମାଜ ରେ ବିଭିନ୍ନ ଖେତ୍ର ରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ମାନଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯିବ ପାଖାପାଖି ଅନୁଷ୍ଠାନ,ସମାଜସେବୀ, ପରିବେଶବିତ୍, କ୍ରିଡ଼ା,ସତେତନା,କରୋନା ଯୋଦ୍ଧା, ସାମାଜିକ ଅନୁଷ୍ଠାନ,କଲା, ସଂସ୍କୃତି,ଉଦଘୋଷକ, ସାମ୍ବାଦିକତା,କବି ,କଲାକାର, ସଙ୍ଗୀତ,ଅଧ୍ୟାପକ ଇତ୍ୟାଦି ଖେତ୍ର ରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି ଏହା ସହିତ ବିଭିନ୍ନ ବିଭାଗ ର କମୀଟି ମଧ୍ୟ ଗଠନ କରାଯାଇଛି, ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ଏହି ବୈଠକ ରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମନିଷ ଶର୍ମା, ଉପଦେଷ୍ଟା ଶ୍ରୀ ଶିବାନନ୍ଦ ମଟାରୀ, ଉପଦେଷ୍ଟା, ଚନ୍ଦ୍ରକାନ୍ତ ସାହୁ, ସଦସ୍ୟ, ବୃନ୍ଦାବନ ବେହେରା,ପାୟଲ ପାତ୍ର, ରାଜକୁମାର ବନଛୋର, ବାସମତି ବନଛୋର,ରିନା ବାଗ,ମିନାଖି ସାହୁଲା,ବରୁନ ଚକ୍ରବର୍ତ୍ତୀ, ସୁମନ୍ତ ଆଚାର୍ଯ୍ୟ,, ଲଲିତ ମେହେର, ଶ୍ୟାମସୁନ୍ଦର ମେହେର ଇତ୍ୟାଦି ଯୋଗଦାନ କରି କାର୍ଯ୍ୟକ୍ରମ କୁ କିପରି ଭଲ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ ଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସମାପ କରିଥିଲେ