-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ଡୁଙ୍ଗୁରିପାଲି, ତା.୯/୧୦(ପ୍ରେରଣା ଖବର):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଏଚଆଇଭି ଏଡସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର ଡିଜିଟାଲ ଯୁଗରେ ମଧ୍ୟ ମଣିଷ ସମାଜ ମାରାତ୍ମକ ରୋଗ ଓ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଉଛି । ତନ୍ମଧ୍ୟରୁ ଏଚଆଇଭି ଏଡସ ର ଏବେବି ଭୟାବହତା ରହିଛି । ଏହାକୁ ଦୃଷ୍ଟିରେ ରଖି ରେଡ ରିବନ୍ କ୍ଲବ ସହାୟତାରେ ରାଜ୍ୟ ରେଡ କ୍ରସ ଉକ୍ତ ତାଲିମ ର ବ୍ୟବସ୍ଥା କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ମାର୍ଗଦର୍ଶନ ଅନୁସାରେ ବିଦ୍ୟାଳୟରେ ଜୁନିୟର ରେଡ କ୍ରସ ୟୁନିଟ୍ ର ସମସ୍ତ ସ୍ବେଚ୍ଛାସେବୀ ତଥା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଜ୍ଞାନ ଓ ତାଲିମ ଦିଆଯାଇଛି। ଲୋକେ ଏ ଚ ଆଇ ଭି ଏଡସ କବଳ ରୁ କିଭଳି ନିଜକୁ ସୁରକ୍ଷିତ ରହିବେ ସେଦିଗରେ ଯତ୍ନବାନ ହେବାକୁ ମତ ପ୍ରକାଶ ପାଇଛି । ମାଷ୍ଟର ଟ୍ରେନର ରବିଚନ୍ଦ୍ର ପଶାୟତ ଛାତ୍ରଛାତ୍ରୀ ଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କିରଣ ପୁଟେଲ ତାଲିମ ର ପିପିଟି ପ୍ରଦର୍ଶନ କରିଥିଲେ। ତାଲିମ ରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶହରା ଛିଟୁରେ ଏଚ ଆଇ ଭି ସମ୍ପର୍କିତ ନିଜର ପ୍ରକଳ୍ପ ପ୍ରସ୍ତୁତି କରିବେ ଓ ସ୍କୁଲ ଖୋଲିଲେ ତାକୁ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ, ତରଭା ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ପ୍ରମୁଖ ନିଜସ୍ଵ ମତବ୍ୟକ୍ତ କରିଥିଲେ।
ଅର୍ଚ୍ଚିତା ପଧାନ, ଜନନିକା ନାଏକ, ଲିପସା ଯୁଆଡି, ପୂଜା ମାଝୀ, ଶୁଭଶ୍ରୀ ବରିହା, ଝରଣା ସାହୁ, ଅନୁପମା, କ୍ରିସ ପ୍ରସାଦ, ସୁଜିତ , ବିକାଶ ପ୍ରମୁଖ ତାଲିମ ଉପଲବ୍ଧି ବିଷୟ ରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍ନିଗ୍ଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।