-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ନୂଆଁପଡ଼ା (ବିଶି ଚନ୍ଦନ ମାଝୀ): ନୂଆପଡ଼ା ଜିଲ୍ଲା ଖଡିଆଳ ଗୋଶାଳା ପଡ଼ାରେ ହତ୍ୟା ଅଭିଯୋଗ, ଲକ୍ଷ୍ମୀପୁର ନିବାସୀ ସୁରେଶ ବାରିକ (ମିତୁ) ଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା ଅଭିଯୋଗ।ଏହି ଘଟଣା ନେଇ ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଙ୍କୁ ଥାନା ରେ ଅଟକ ରଖିଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡ ରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଖଡିଆଳ ୱାର୍ଡ ନମ୍ୱର୍ ୧୨ ନିବାସୀ କ୍ଷମାରାଜ୍ ରାଉତରାୟ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ହତ୍ୟା ଶିକାର ହୋଇଥିବା ମୀତୁ ବାରିକଙ୍କ ଜୋଇ ଅଟନ୍ତି। ବର୍ତ୍ତମାନ ଖଡିଆଳ ଥାନା ରେ ବେଣୁଧର ମାଝୀ ନାମକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଉତ୍ୟକ୍ତ ବ୍ୟକ୍ତି ମାନେ ଖଡିଆଳ ଥାନା ରେ ସମ୍ମୁଖ ଉତେଜନା ଲାଗି ରହିଥିବା ବେଳେ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି।