-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ନୟାଗଡ଼,07/19(Pradip Panda)- ନୟାଗଡ଼ ବନଖଣ୍ଡ ଡିଭିଜନ ଏବଂ ମହାନଦୀ ବନ୍ୟ ପ୍ରାଣୀ ଡିଭିଜନ ମିଳିତ ଆନୁକୂଲ୍ୟରେ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି |ଏହି ଅବସରରେ ଆୟୋଜିତ ସଚେତନତା ସାଇକେଲ ଶୋଭାଯାତ୍ରା କୁ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଉଦଘାଟନ କରି କିପରି ବନ୍ୟପ୍ରାଣୀ ସୁରକ୍ଷା କରାଯିବ ସେ ନେଇ ବକ୍ତବ୍ୟ ରଖିଥିଲେ |ଅନ୍ୟତମ ଅତିଥି ଭାବେ ଆରକ୍ଷୀ ପ୍ରତ୍ୟୁଷ ଦିୱାକର ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରକଳ୍ପ ନିର୍ଦେଶକ ସୁବାସଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ |ନୟାଗଡ ପୁରୁଣା ବସଟାଣ୍ଡ ଠାରୁ ପିଟିଏସ ରୋଡ ଦେଇ ଡିରଡିଏ, ଜଗନ୍ନାଥ ମନ୍ଦିର ହୋଇ ଅହିଶୋଭଯାତ୍ରା ପୁଣିଥରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିଲା |ଏହି ସାଇକେଲ ଶୋଭାଯାତ୍ରା ରେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ପୂର୍ବତନ ନଗର ପାଳ ଗୁରୁପ୍ରସାଦ ଜେନା, ଜର୍ଣ୍ଣାଲିଷ୍ଟ ରାମ କୃଷ୍ଣ ରଥ, ଅନେକ ବନ କର୍ମଚାରୀ ଏବଂ ପ୍ରାଣୀ ପ୍ରେମୀ ମାନେ ଯୋଗଦାନ ଦେଇଥିଲେ | ଏହି ଶୋଭାଯାତ୍ରା ରେ କରୋନା ସୁସ୍ଥ ବ୍ୟକ୍ତି ମାନେ ପ୍ଲାଜ୍ମା ଦାନ କରିବାର ସଚେତନ ମଧ୍ୟ କରାଯାଇଛି |