-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ହରଭଙ୍ଗା(ଦେବବ୍ରତ ଦାଶ) ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ଏକ ନାଳରୁ ବାଘର ଗଳିତ ମୃତ ଦେଖ ଠାବ । ପ୍ରାୟ ୫ ରୁ ୭ଦିନ ତଳେ ବାଘଟି ମୃତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ବ୍ରହ୍ମପୁର ଆରସିଏଫ ସଞ୍ଜୟ କୁମାର ସ୍ୱାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ପହଞ୍ଚି ତଦନ୍ତ ଜାରି । ସୂଚନାମୁତାବକ ବୌଦ୍ଧ
ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ଜଙ୍ଗଲରେ ବନବିଭାଗ ପକ୍ଷରୁ ଫୁଡ଼ ପ୍ରେଟ୍ରୋଲିଂ ସମୟରେ ଜଙ୍ଗଲୀ ନାଳ ନିକଟରେ ଏକ କଲରାପାତାରିଆ ବାଘର ଗଳିତ ମୃତଦେହ ଠାବ କରିଥିଲେ । ପରେ ସାଇଣ୍ଟିଫିକ ଟିମ ସହ ବ୍ରହ୍ମପୁର ଆରସିଏଫ ସଞ୍ଜୟ କୁମାର ସ୍ୱାଇଁ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ପରେ ବାଘର ଶରୀର ବ୍ୟବଚ୍ଛେଦ କରି ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଅନ୍ୟପଟେ ନମୁନା ପରୀକ୍ଷା ପରେ ବାଘ ମୃତର ପ୍ରକୃତ କାରଣ ଜଣା ପଡିବ ବୋଲି ଆରସିସିଏଫ କହିଛନ୍ତି ।