-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଡ୍ରିମ ରେ ବୌଦ୍ଧ ଜିଲ୍ଲାର ଡ୍ରିମ ପ୍ରୋଜେକ୍ଟ ନନ୍ଦନବନ, ଅବହେଳିତ ଅବସ୍ଥାରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର

26-Sep-2024



ହରଭଙ୍ଗା(ଦେବବ୍ରତ ଦାଶ): ଅବହେଳିତ ଅବସ୍ଥା ରେ ବୌଦ୍ଧ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ । କୋମା ରେ ଅକ୍ସିଟୁରିଯିମ ଯୋଜନା । ପର୍ଯ୍ୟଟନ କ୍ଷେତ୍ର ର ଉର୍ଣ୍ଣତି କରଣ କରିବା ନାଁ ରେ କୋଟି କୋଟି ଟଙ୍କାର ଘୋଟାଲା । ବୌଦ୍ଧ ଜିଲ୍ଲାର ବିରନରସିଂହପୁର ଠାରେ ନିର୍ମାଣ ହୋଇଥିବା ରାଜ୍ୟର ସବୁଠାରୁ ବଡ ପରିବେଶ ଉଦ୍ୟାନ-ନନ୍ଦନବନ ରେ ଏବେ ତାଲା ଝୁଲୁଥିବା ବେଳେ ଟିକରପଡା ପଞ୍ଚାୟତର ତାମ୍ବୀଦରହ ପ୍ରକୃତି ନିବାସସ୍ଥଳ ରକ୍ଷଣାବେକ୍ଷଣ ର ଅଭାବ ହେତୁ ନିର୍ମାଣ ନ ସରୁଣୁ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି । ଏ ଦୁଇଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା କିନ୍ତୁ

ଫଳ ଶୂନ। ସୂଚନାମୁତାବକ ବୌଦ୍ଧ ଜିଲ୍ଲାର ଡ୍ରମ ପ୍ରୋଜେକ୍ଟ ଥିଲା ନନ୍ଦନବନ । ନନ୍ଦନବନ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଭାଗ ପକ୍ଷରୁ ୪କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଲକ୍ଷ ଥିଲା । ପଯ୍ୟାୟ କ୍ରମେ ଓଡିଶା ବିକାଶ ପରିଷଦ ବିଭାଗ ପକ୍ଷରୁ ୨କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଠାରେ ୧୫ଶହ ଏକର ପରିମିତ ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ଚିହ୍ନଟ କରି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଲା । ଯାଯାବର ନାମ ରେ ଏକ ରେଷ୍ଟୁରାଣ୍ଟ ଓ ମିଶନଶକ୍ତି ର କିଛି ସାନକସ ଷ୍ଟଲ ମଧ୍ୟ ଆରମ୍ଭ ହେଲା । ନନ୍ଦନବନ ପ୍ରୋଜେକ୍ଟ ରେ ୭୫ଲକ୍ଷ ଟଙ୍କା ନିର୍ମାଣ ରେ ବ୍ୟୟ କରାଯାଇ ବିଭାଗ କୁ ୟୁସି ପ୍ରଦାନ କରାଗଲା। ଅନ୍ୟପଟେ ପୂର୍ବତନ କନ୍ଧମାଳ ସାଂସଦ ଓ ବୌଦ୍ଧର ପୂବତନ ବିଧାୟକ ରେଷ୍ଟୁରାଣ୍ଟର ଶୁଭାରମ୍ଭ କରିବା ସହ ଖୁବଶୀଘ୍ର ନନ୍ଦନବନ କାର୍ଯ୍ୟ ସରିବ ବୋଲି କହିଥିଲେ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ଏବେ ଏହି ନନ୍ଦନବନ ପ୍ରୋଜେକ୍ଟ ରେ ଲାଗିଛି ବ୍ରେକ । ଗେଟ ରେ ଝୁଲୁଛି ତାଲା । ରେଷ୍ଟୁରାଣ୍ଟ ପାଲଟିଛି ଭୁତକୋଠି । କେହି କିଛି ବୁଝିବା ପୂର୍ବରୁ ସବୁ ବନ୍ଦ କରିଦିଆଗଲା । କାହିଁକି ବନ୍ଦ ହେଲା କେହି ଜାଣିନାହାନ୍ତି ଜିଲ୍ଲା ପ୍ରଶାସନ ର କୌଣସି ବି ଅଧିକାରୀ ଙ୍କ ନିକଟରେ ଉତ୍ତର ବି ନାହିଁ ।
ଅନ୍ୟପଟେ ଠିକାଦାର କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ର ଚଳୁ କରି ଛୁ ମାରିଛି ।  ଯାହାକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରକଳ୍ପର ପୁନଃଉଦ୍ଧାର ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି ହୋଇଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ତାମ୍ବୀଦରହ ପ୍ରକୃତି ନିବାସ ପର୍ଯ୍ୟଟନ । ଏଠିବି ସେହି ସମାନ ଅବସ୍ଥା । ମଦୁଆ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ତାମ୍ବୀଦରହ ପ୍ରକୃତି ନିବାସ ପଯ୍ୟଟନ ସ୍ଥଳୀ ।
ପ୍ରକୃତି ନିବାସର ଯୁଆଡେ ଦେଖିବେ ପଡିଛି ମଦ ବୋତଲ ।  ରକ୍ଷଣାବେକ୍ଷଣ ଅଭାବ ରୁ ଅବ୍ୟବସ୍ଥା ଘେର ରେ ପଡି ରହିଛି ଏହି ପ୍ରକୃତି ନିବାସ ସ୍ଥଳୀ  । ୨୦୨୨ମସିହା ରେ ଅକ୍ସିଟୁରିଯିମ ରେ ଏହାର ନିର୍ମାଣ ଆରମ୍ଭ ହେଇଥିଲା । ଉଦେଶ୍ୟ ଥିଲା ପର୍ଯ୍ୟଟକ ମାନେ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ରୁ ଟିକେ ଶାନ୍ତି ପାଇଁ ଏଠାକୁ ଆସିଲେ ବନଭୋଜି କରିବା ସହ ପାହାଡ଼ି ନଦୀ ଓ ପ୍ରାକୃତିକ ପରିବେଶ ର ମଜା ନେବେ । କିନ୍ତୁ ଆଜକୁ ୩ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ସରିପାରୁନି ସେପଟେ ବୌଦ୍ଧ ବ୍ଲକ ର ଏଇଇ ସମ୍ବିଦ ବିଶ୍ୱାଳ ଙ୍କ ସୂଚନା ଅନୁସାରେ ଅଦ୍ୟାବଧି ପ୍ରକଳ୍ପ ରେ ୪୦ଲକ୍ଷ ଟଙ୍କା ବ୍ୟୟ ହୋଇସାରିଲାଣି  ।  ୪୦ଲକ୍ଷ ବ୍ୟୟ ହୋଇଥିଲେ ବି ପ୍ରକଳ୍ପ ର ନିର୍ମାଣ ସରିନି କିନ୍ତୁ ନିର୍ମାଣ ହୋଇଥିବା କଟେଜ ର ସମସ୍ତ ଆସବାଵପତ୍ର ଭାଙ୍ଗି ରୁଜି ଗଲାଣି । ଆଉ ପ୍ରକୃତି ନିବାସ ସ୍ଥଳୀ ପଲଟିଛି ଅପ୍ରାକୃତିକ ଅସାମାଜିକ ଲୋକଙ୍କ ଆଡା ସ୍ଥଳୀ ଗଡୁଛି ମଦ ବୋତଲ । ଅନ୍ୟପଟେ ବାହାରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ସହ ଅନ୍ୟ ସୌନ୍ଦର୍ଯ୍ୟ ଉପକରଣ ସବୁ ଚୋରି ହୋଇଗଲାଣି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଦେଇଛି । ପ୍ରକଳ୍ପ ନିର୍ମାଣ ନା ରେ ଏଠି ମହା ଘୋଟଲା ହୋଇଛି ଯାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି

ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ର କୁ ପ୍ରଥମ ଗୁରୁତ୍ୱ ଦେଉଛି । ତେଣୁ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ର ର ବିକାଶ ନାମରେ କୋଟି କୋଟି ଟଙ୍କା ଚଳୁ କରିଦେଲେ ଠିକାଦାର ଓ ଯନ୍ତ୍ରୀ । କିନ୍ତୁ ସବୁ ଜାଣି ଚୁପ ବସିଛି ଜିଲ୍ଲା ପ୍ରଶାସନ । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like