-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
କୋଦଳା ଏନଏସି ରେ ଚାଲିଥିବା ଦୁର୍ନୀତି ପଛରେ କିଏ? କାହିଁକି ଯନ୍ତ୍ରୀ ଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି ଅଧକ୍ଷ l ସରକାରୀ ଅଧକାରୀ ଙ୍କୁ ହାତବାରିସୀ କରି ଚାଲିଛି କି ଲୁଟି ଖାଇବା ନିତି l ହଁଆଜ୍ଞା ଆମେ କହୁଚୁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କଥା l ଏଇଠି ଦୃନୀତି ଚରମ ସୀମାରେ ପହଂଚି ଥିବାବେଳେ ତଦନ୍ତ କରିବାକୁ କେହି ନାହାନ୍ତି l କାହିଁକି ନାଁ ଯନ୍ତ୍ରୀ ଦୀପିକା ବେହେରା ଓ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ମଧ୍ୟରେ ରହିଛି ମଧୁର ମଧୁଚନ୍ଦ୍ରିକା !ଏମିତି ଆମେ କହିବାର ଅର୍ଥ ଗତ ଦୁଇ ଦିନ ତଳେ କୋଦଳା ଦଣ୍ଡିସ୍ୱର ମନ୍ଦିର ନିକଟରେ ଥିବା ସ୍ମାର୍ଟପାର୍କ ପାଖରେ ନିର୍ମାଣ ହୋଇଥିଲା ଦୁଇ ଲକ୍ଷ୍ୟଟଙ୍କା ବେୟ ରେ ଗାର୍ଡୱାଲ ଯାହା ବର୍ତମାନ ଭୁଶୁଡି ପଡିଛି ଆଉ ରାତା ରାତି ଯେସିବି ଲଗାଇ ସଫା ମଧ୍ୟ କରିଦିଆ ଯାଇଛି କାହିଁକି ନାଁ କୌଣସି ସାମ୍ବାଦିକ ହାତରେ ଏହି ଖବରଟି ନ ଲାଗୁ ଏହି ୱାଲ ଖାଡ଼ି ଗୁଡ଼ି ବାଲି ବ୍ୟବହାର ହେବା କଥା କିନ୍ତୁ ଖାଲି ମେଣ୍ଟାଲ ଓ ଡଷ୍ଟ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି!ଏହି ନିମ୍ନ ମାନର କାମ ଓ ଦୁର୍ନୀତି ପଛରେ କିଏ! ନାଁ ଅଛି ବଡ଼ ବଡ଼ିଆ ଙ୍କ ହାତ! ନିରବ କାହିଁକି ପ୍ରଶାସନ!ଏମିତି ଗୋଟିଏ କାମ ନୁହଁ ବହୁତ କାମ ନିମ୍ନ ମାନର କାମ ହେଉଥିଲେ ମଧ୍ୟ ସମସ୍ତେ ଏଠି ଚୁପ,ଏବଂ ବିନା ଟେଣ୍ଡର ଓ ବିନା ପେପର ଆଡ଼ ରେ କେମିତି କାମ ବାହାରୁଚି ତାହା ଏବେ ବଡ଼ ପ୍ରଶ୍ନ!
ଏ ନେଇ ଆମେ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ଏହାରି ଉପରେ ତଦନ୍ତ କରାଯିବ ହେଲେ ଏହାର କେବେ ତଦନ୍ତ ହେବ ଏବଂ କେବେ ସରିବ ସରିବ ତାହା ଦେଖିବାକୁ ବାକିରହିଲା
ଏବେ ପ୍ରଶ୍ନ ଉଠୁଛି ଏମିତି ବାରମ୍ବାର ଜେଇ ଙ୍କ ନାମରେ ଅଭିଯୋଗ ଆସୁଥିଲେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ନିରବ ନାଁ କାହାର ଚାପ ପଡୁଛି?
କୋଦଳା ଏନଏସି ହେଉଥିବା ଦୃନୀତି ଭିଜିଲାନ୍ସ ତଦନ୍ତ କରନ୍ତେ ତାହାଲେ ସବୁ ଗୁମର ଖୋଲିଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି!
ଏବେ ଦେଖିବାକୁ ବାକି ରହିଲା କି ପଦକ୍ଷେପ ନେଉଛନ୍ତି ଜିଲ୍ଲା ପ୍ରଶାସନ
(ଭଗବାନ ପାଢୀ ଙ୍କ ରିପୋର୍ଟ )