-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
କୋକସରା (ତ୍ରିନାଥ ବେଶ୍ରା )
ତାଳୁକ ଆଇନ ସେବା ସମିତି କୋକସରା ପକ୍ଷରୁ ବୁଧବାର ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ଶ୍ରୀମତୀ ରିତିକା ଜେନା ଅଧ୍ୟକ୍ଷତାରେ ସାମାଜିକ ଗଣମାଧ୍ୟମ ମଞ୍ଚରେ ନିଜର ସୁରକ୍ଷା ତଥା ସାଇବର ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ଜେନା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୋସିଆଲ ମିଡ଼ିଆ (ସାମାଜିକ ଗଣମାଧ୍ୟମ) ର ଉପକାରିତା ତଥା ଅପକାରିତା ବିଷୟ ରେ ବୁଝାଇ ଥିଲେ ଏବଂ ସତର୍କତା ତଥା ସଚେତନତା ଦ୍ୱାରା କିଭଳି ଭାବରେ ନିଜକୁ ସାମାଜିକ ଗଣମାଧ୍ୟମ ରେ ସୁରକ୍ଷିତ ରଖିପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ।ଏହା ସହିତ ସାଇବର ଅପରାଧ ଏବଂ ସାଇବର ଅପରାଧ ପାଇଁ ସଂଶ୍ଲିଷ୍ଠ ବିଭିନ୍ନ ଅଧିନିୟମ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ନିହାରକାନ୍ତ ପଣ୍ଡା, ବାର ଆସୋସିଏସନ ର ସଭାପତି ମନୋଜ ନାଏକ,କୋର୍ଟ କର୍ମଚାରୀ ତୁଳସିରାମ ପୋଢ଼,ଆଇନଜୀବୀ ପଞ୍ଚାନନ ବେଶ୍ରା, ପ୍ରିୟ ରଞ୍ଜନ ବେହେରା, ଉଗ୍ରେସନ ବାଗ, ସୁଜିତ ପଟ୍ଟନାୟକ ନିଜ ନିଜ ମନ୍ତବ୍ୟ ରଖିଥିଲେ।ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅଙ୍କିତା ଖୁରା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।