-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ଯୟ ଜନ୍ମ ଜୟନ୍ତି ପାଳନ ହୋଇଯାଇଛି। ସୁବଳୟା ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ଶେଷଦେବ ମାଝୀ,ବହଳପଦର ଭାଜପା ସଭାପତି ଅଚ୍ୟୁତ ପଣ୍ଡା, ପଞ୍ଚାୟତ ଉପସଭାପତି ମଙ୍ଗୁଳୁ ଘିବିଲା ଓ ଲକ୍ଷିନ୍ଦ୍ର ପଧାନ,ପ୍ରଶାନ୍ତ ସାହୁ, ଅନନ୍ତ ପର୍ଡିଆ ପ୍ରମୁଖ ଯୋଗଦେଇ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଦିନଦୟାଲ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା। ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।