-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ସଭାରେ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୀ ଭାଷା ର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିବେକାନନ୍ଦ ଅଦାବର୍ ହିନ୍ଦୀ ଭାଷା ର ପ୍ରଚାର ପ୍ରସାର ରେ ଗଣ ମାଧ୍ୟମ ର ଭୂମିକା ତଥା ହିନ୍ଦୀ ଭାଷା ର ଲୋକପ୍ରିୟତା ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଆଶାରାଣୀ ରେଭେନ ଦୈନନ୍ଦିନ ଜୀବନରେ ହିନ୍ଦୀ ଭାଷା ର ପ୍ରୟୋଗ ଦିଗରେ ପ୍ରୟାସ ପାଇଁ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ସୁଶାନ୍ତ କୁମାର ମଙ୍ଗୁଆଲ ରାଷ୍ଟ୍ରୀୟ ସ୍ତରରେ ହିନ୍ଦୀ ଭାଷା ଆମକୁ ପରିଚୟ ପ୍ରଦାନ କରାଇ ଥାଏ ବୋଲି ମୂଳ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ହିନ୍ଦୀ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ସାହୁ ସଭା କାର୍ଯକୁ ସଂଯୋଜନା କରିଥିଲେ ଏବଂ ଦିପ୍ତିମୟୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହାୟତା ଓ ଉପସ୍ଥିତିରେ ସଭାକାର୍ଯ୍ୟ ସଫଳ ହୋଇଥିଲା।