-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆସନ୍ତା ଅକ୍ଟୋବର ୨୬ରୁ୨୮ ତିନି ଦିନ ବ୍ୟାପୀ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ତରଫରୁ ନୂତନ ସ୍ଵେଚ୍ଛାସେବୀ ଚୟନ ପ୍ରକ୍ରିୟା,ବିଦ୍ୟାର୍ଥୀ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଆୟୋଜନ ନେଇ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷା ଡ଼ ରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ବିଶ୍ଵନାଥ ମିଶ୍ର,ରେଡକ୍ରସ ସଚିବ ଉମାକାନ୍ତ ନାଗ,ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର ନାୟକ,ରେଡକ୍ରସ କାଉନସିଲର କିଶୋର ସାହୁ,ଉଦ୍ଧବ ପ୍ରଧାନ,ଅଧ୍ୟାପିକା ବୈଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ଶିବିରର ମହତ୍ତ୍ଵ ତାର ରୂପରେଖ ଉପରେ ଆଲୋକପାତ କରିଥିଲେ।ସୂଚନା ଯୋଗ୍ୟ ଯେ ଅନୁଷ୍ଟିତ ଏହି ଶିବିରକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୪୦ଟି କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।ଅନୁଷ୍ଟିତ ପ୍ରସ୍ତୁତି ବୈଠକକୁ ରେଡକ୍ରସ କାଉନସିଲ ଧନେଶ୍ଵର ସାହୁ ସଂଯୋଜନା କରିଥିବା ବେଳେ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ରୋହିତ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଅଧ୍ୟାପକ ଝଲକ ମିଶ୍ର,ସପ୍ତସାଗର ପ୍ରଧାନ,ନୀଳମାଧବ ଛତ୍ର,ବିଜୟ କୁମାର ସାହୁ,ମନୋଜ ମେହେର,ଦିପ୍ତିମୟୀ ଭୋଇ,ଗରିବ ସାଳମା,ବଳରାମ ପଟେଲ,ମନୋଜ ନାୟକ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।