-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ଗଞ୍ଜାମ ଜିଲ୍ଲାର ଭାଗବତ ପ୍ରେମୀ ମାନଙ୍କ ଦ୍ଵାରା ସମାଜରେ ଶାନ୍ତି, ସଦଭାବନା ପ୍ରତିଷ୍ଠା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଭାଗବତ ପ୍ରଚାର ସମିତି ପକ୍ଷରୁ ଗୁଜରାଟ ର ଦ୍ବାରକା ରେ ୭ଦିନ ବ୍ୟାପି ଭାଗବତ ପ୍ରବଚନ ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ ଙ୍କ ତତ୍ବାବଧାନରେ ଓଡିଶାରୁ ୨୦୦ ଜଣ ଭଗବତ ପ୍ରେମୀ ଗତ ଦ୍ବାରକା ସ୍ଥିତ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ହୋଇଥିବା ଭାଗବତ କଥା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଭାଗବତକଥାମୃତ ପ୍ରବଚନରେ ବାଣୀ ବିଭୁଷଣ ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡାଙ୍କ ସଙ୍ଗୀତ ମୟ କଥା ସମସ୍ତ ଙ୍କୁ ଆନନ୍ଦ ବିଭୋର କରିଥିଲା। ଏଥିରେ ସଙ୍ଗୀତ ପରିଚାଳନା ରେ ଭୋଳା ନାହାକ,ବଂଶୀ ବାଦନରେ ବିଦ୍ୟାଧର ମହାରାଜା,ତବଲା ରେ ସୁଶାନ୍ତ ମୁଦୁଲି ସାତଦିନ ବ୍ୟାପି ଭାଗବତକଥାମୃତ ରେ ନିଜର ପ୍ରତିଭାକୁ ବିକଶିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତା ରୁପେ ଆସିକା ସମବାୟ ବ୍ୟାଙ୍କ ର ପୂର୍ବତନ ମ୍ୟାନେଜର ତଥା ମାନବ ସେବା ସମିତିର ପୂର୍ବତନ ସଭାପତି ପ୍ରଦିପ ପାଣିଗ୍ରାହୀ ଓ ସୁପ୍ରଭା ରାଣୀ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ସନ୍ତୋଷ ପଣ୍ଡା, ଶ୍ରୀ ସିମାଞ୍ଚଳ ତ୍ରୀପାଠୀ ପୁରୋହିତ ଭାବରେ ଦୈନିକ ପୂଜା ପାଠ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତିଦିନ ଓଡ଼ିଆ ଏବଂ ସଂସ୍କୃତ ଭାଷାରେ ଭାଗବତ ପାରାୟଣ ଶ୍ରୀ ପର୍ଶୁରାମ ଦାସ ଏବଂ ବାବାଜୀ ନିରଞ୍ଜନ ଦାସ ମହାରାଜ ଙ୍କ ଦ୍ଵାରା ପଠନ କରାଯାଇଥିଲା। ଏହି କଥାମୃତରେ ବହୁ ଗ୍ୟାନୀଗୁଣି ସାଧୁ ସନ୍ଥ ଉପସ୍ଥିତ ରହିଥିଲେ। ଗୋବିନ୍ଦ ଚନ୍ଦ୍ର ଦାସ, ପଣ୍ଡିତ ବାଳକୃଷ୍ଣ ମିଶ୍ର, ଆସିକା ଚାରଣ ଗୋଷ୍ଠୀ ର ସଭାପତି ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ, ସୁଭାଷ ସେନାପତି, ଡଃ କୃଷ୍ଣ ଚନ୍ଦ୍ର ଶାସ୍ତ୍ରୀ,ସୁଶାନ୍ତ ସାବତ, ମଙ୍ଗଳା ଚରଣ ପଣ୍ଡା, ପ୍ରମୋଦ କୁମାର ଜେନା, କେଦାର ଗୌରୀ ଭଞ୍ଜ,ସନ୍ତୋଷ ମହାରଣା,ନଇବନ୍ଧ ର ସିମାଞ୍ଚଳ ଆଚାର୍ଯ୍ୟ, କୁରୁଳା ର ରାଜକିଶୋର ପାତ୍ର, ରାମଚନ୍ଦ୍ର ବିଷୋୟୀ, ମୁମ୍ବାଇ ରୁ ମନୋଜ କୁମାର ପଣ୍ଡା, ସୁରତରୁ ସନାତନ ସାମନ୍ତରାୟ, ଶୀ ଅଜୟ କୁମାର ପଣ୍ଡା, ଅପୂର୍ବ ସ୍ବାଇଁ, ବାପି ପାଣିଗ୍ରାହୀ,ଭଗବାନ ମହାନ୍ତି ଉପସ୍ଥିତ ରହି ଭାଗବତକଥାମୃତ ର ଶୋଭା ବର୍ଦ୍ଧନ କରିଥିଲେ।
ଭାଗବତକଥାମୃତ ବିଗତ ପାଞ୍ଚ ବର୍ଷ ଧରି ଭାରତ ର ବିଭିନ୍ନ ଧାମ ଯଥା ସୁରତ, ବୃନ୍ଦାବନ, ନୈମିଶ୍ୟା ଅରଣ୍ୟ, ଋଷିକେଶର, ବଦ୍ରିନାଥ,ରାମେଶ୍ୱର ଏବଂ ଚଳିତ ବର୍ଷ ଦ୍ବାରକା ଧାମରେ ଚାଲିଛି।