-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||     

HOME   ଜିଲ୍ଲା

ପିସି ଚାପରୁ ଫରେଷ୍ଟରଙ୍କ ଆତ୍ମହତ୍ୟା ! ରାୟଗଡା ଡି ଏଫ୍ ଓ ଙ୍କ ବିରୁଦ୍ଧରେ ଅଭିଯୋଗ

20-Sep-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ରାଜ୍ୟରେ ସରକାର ବଦଳି ନୂଆ ସରକାର ଗଠନ ପରେ ବି ସରକାରୀ ବିଭାଗରେ ବିଭାଗୀୟ ଲାଞ୍ଚ ବା ପିସି ବ୍ୟବସ୍ଥାରେ କୌଣସି ରୋକ୍ ଲାଗି ନାହିଁ  l ଗତ ୧୮ ତାରିଖରେ ବଲାଙ୍ଗୀର ସିଲଭି କଲଚର୍ ବିଭାଗକୁ କିଛିଦିନ ତଳେ ବଦଳି ହୋଇ ଆସିଥିବା ଜଣେ ଫରେଷ୍ଟର ରାୟଗଡାର ସଞ୍ଜୟ ନାୟକ(୩୩)ଙ୍କ ଭବାନୀପାଟଣାର  ସରକାରୀ କ୍ବାର୍ଟର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ । ମୃତଦେହ ନିକଟରୁ ପୁଲିସ୍ ଜବତ କରିଥିବା ତାଙ୍କର ସୁଇସାଇଡ୍ ନୋଟ୍ ରେ ସେ ଉଲ୍ଲେଖ କରିଥିବା ରାୟଗଡା ସିଲଭିକଲଚର୍ ଡିଭିଜନର ଡିଏଫଓ ବନାମ ସିଲଭିକଲଚରିଷ୍ଟ (ରିସର୍ଚ୍ଚ ଉଇଙ୍ଗ୍) ଦେବେନ୍ଦ୍ର ବେହେରା ଆଇ ଏଫ ଏସ ଙ୍କ ନାଁ' ରେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ପିସି ନେଲାପରେ ବି  ଚାକିରୀ ଯିବାର ଭୟ ଦେଖାଇ ସେ ଗତବର୍ଷେ ହେଲା ବାରମ୍ବାର ଚାପ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ମୃତକଙ୍କ ଭାଇ ରବି ନାରାୟଣଙ୍କ ପକ୍ଷରୁ ସ୍ଥାନୀୟ ଭବାନୀପାଟଣା ଟାଉନ ଥାନାରେ ଏକ ଏତଲା ଦିଆଯାଇଛି । ଶବ ବ୍ୟବଚ୍ଛେଦ କରି ପୁଲିସ୍ ମୃତଦେହକୁ ପରିବାର ବର୍ଗକୁ ହସ୍ତାନ୍ତର କରିଛି । କଳାହାଣ୍ଡି ଏସ ପି ଅଭିଳାଷ ଜି ଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲା ଋଜୁ ପୂର୍ବକ ତଦନ୍ତ ଚାଲିଛି । ଥାନାର ଆଇ ଆଇ ସି ଯଶୋବନ୍ତ ହିଆଲ ଅଭିଯୁକ୍ତ ଡିଏଫଓଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ତୁରନ୍ତ ଅଭିଯୁକ୍ତ ଡିଏଫଓଙ୍କୁ ଗିରଫ କରାଯିବାକୁ ଓ ତାଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଅଭିଯୁକ୍ତକୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି । ଅଭିଯୁକ୍ତ ବିରୁଦ୍ଧରେ ଓଡ଼ିଶା ନନ୍ ଗେଜେଟେଡ୍ ଫରେଷ୍ଟ ସର୍ଭିସ୍ ଆସୋସିଏସନ ପକ୍ଷରୁ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳାହାଣ୍ଡି ପୁଲିସ୍ ଏସ ପି , ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଡିଜି ପୁଲିସ୍ , ବିଭାଗୀୟ ଅଧିକାରୀ ପିସିସିଏଫ୍ , ବିଭିନ୍ନ ଉଚ୍ଚ ପଦାଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଯେ , ମୃତ ଫରେଷ୍ଟରଙ୍କ ସୁଇସାଇଡ୍ ନୋଟ୍ ରେ ସେ ମୃତ୍ୟୁପୂର୍ବରୁ କରିଯାଇଥିବା ଗୁରୁତର ଅଭିଯୋଗ ଅନୁଯାୟୀ,  ଚାକିରୀ ଓ ବଦଳି ଭୟ ଦେଖାଇ ଅଭିଯୁକ୍ତ ଡିଏଫଓ ଗତବର୍ଷ ତାଙ୍କଠାରୁ ୭ ଲକ୍ଷ , ଚଳିତବର୍ଷ ଗଣେଶପୂଜା ବେଳେ ଅଢେଇ ଲକ୍ଷ , ତାଙ୍କ ବାସଭବନରେ ଏକ ଏସି , ତାଙ୍କ ଘରେ ଏକ ନଳକୂପ ଖନନ ଓ ଏକ ମନ୍ଦିର ପାଇଁ ୪୦ ହଜାର ଟଙ୍କା ପିସି ନେଲା ପରେ ବି  ଆହୁରି ମାନସିକ ନିର୍ଯାତନା ଦେଇ ଚାପ ପକାଇ ଆସୁଥିଲେ ।  ଅନ୍ୟାନ୍ୟ ସମସ୍ତ ରେଞ୍ଜରଙ୍କ ପରି ଆଉ ଅଧିକ ପିସି ଦେବାକୁ ଦାବି କରୁଥିଲେ ।  ସେ ବିଗତ ପ୍ରାୟ ୪ ବର୍ଷହେଲା

ଭବାନୀପାଟଣାର ଜାରିଙ୍ଗ ସ୍ଥିତ ନର୍ସରୀର ଦାୟିତ୍ୱ ଓ  ସିଲଭିକଲଚର୍ ର ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ରହିଥିଲେ । କିଛିଦିନତଳେ ତାଙ୍କୁ ବଲାଙ୍ଗୀରକୁ ବଦଳି କରିଦିଆଯାଇଥିଲା । ତେଣୁ ଶେଷରେ ସେ ଅତିଷ୍ଠ ହୋଇ ଏପରି ଚରମ ପଦକ୍ଷେପ ନେଲେ । ଉଲ୍ଲେଖନୀୟ ଯେ ବଲାଙ୍ଗୀର ସିଲଭିକଲଚର୍ ନର୍ସରୀଟି ରାୟଗଡା ସିଲଭିକଲଚର୍ (ରିସର୍ଚଶାଖା ) ଡିଭିଜନ ଅଧୀନରେ ରହିଛି । 

ମୃତ ବନ ଅଧିକାରୀ ଜଣକ ଯୁବବିଧବାପତ୍ନୀ ଓ ଦୁଇଟି ଛୋଟ ଛୋଟ ଛୁଆଙ୍କୁ ଛାଡି ଯାଇଛନ୍ତି ।  ଅଭିଯୁକ୍ତ ଡିଏଫଓ ଫେରାର୍ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ । 

ଏଇ ଘଟଣାରୁ କଳହାଣ୍ଡିର ଜାରିଂ ବା ବଲାଙ୍ଗୀର ସିଲଭି କଲଚର୍ ନର୍ସରୀରେ କ'ଣ ଚାଲିଛି, ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ, ବହୁକଥା ଜଣାପଡିବ । 
ତେବେ ଏଠି କଥାହେଲା, ଗତ ସରକାରଙ୍କ ଅମଳରରୁ ଏଇ ବିଭାଗ ସମେତ ବିଭିନ୍ନ ସରକାରୀ ବିଭାଗରରେ ପିସି ପରମ୍ପରା ଚାଲି ଆସୁଛି ।  ଶେଷରେ ଏଇ ଘଟଣାର ଫଳାଫଳ କ'ଣ ହେବ , ଭବିଷ୍ୟତରେ ଜଣାପଡିବ ବୋଲି କୁହାଯାଉଛି । ଯଦି ଜଣେ ସର୍ବ ଭାରତୀୟ ସେବାର ଅଧିକାରୀ ବା ଆଇଏଫଏସ ଅଧିକାରୀ ଏଭଳି ଖୋଲାଖୋଲି ପିସି ନେଇ ଆହୁରି ଲାଞ୍ଚ ଦେବାକୁ ଏତେ ଚାପ ପକାନ୍ତି ଓ ପରିଣାମ ଜଣେ ସରକାରୀ ଅଧିକାରୀଙ୍କ ପ୍ରାଣହାନୀ ହୁଏ , ସରକାର କେତେ ନିର୍ମଳ ସମୀକ୍ଷା ସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026

You Might Also Like