-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
19-Sep-2024
ବଲାଙ୍ଗିର(ପ୍ରେରଣା ଖବର): ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ବଲାଂଗୀର କୁ ଜାତୀୟ ସ୍ତରରେ (ଜାତୀୟ ଗୁଣ ବତ୍ତା ନିଶ୍ଚିତତା) ଏନକ୍ବସ୍ ମାନକ ପ୍ରମାଣ ପତ୍ର ମିଳିଛି।ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ନନ୍ଦକିଶୋର ପାଢ଼ୀ ଷ୍ଟାଫ୍ ସୁମନ ଭାଟି ଜାଗ୍ରତ ପାଣିଗ୍ରାହି, ସଂତୋଷିନି କରଣ, ରାଧାକାନ୍ତ ନାଏକ ଏବଂ ସ୍ବାସ୍ଥ୍ୟ ମିଶନ ର ଜିଲ୍ଲା ସ୍ତରୀୟ ଡା ଦିବ୍ୟକିଶୋର୍ ପତି ( ଡି ପି ଏଚ୍ଚ ଓ) ମୃତୁଞ୍ଜୟ ମୁଣ୍ଡ ( ଡି ପି ଏମ) ଓ ରାମାନୁଜ ପଣ୍ଡା ( ଏ ପି ଏମ) ଉପସ୍ଥିତ ରହି ଜିଲ୍ଲାପାଳ ଗୌରବ ଶିବାଜି ଏସ୍ଵଲ୍ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
ପୂର୍ବରୁ ୧୯.୦୮.୨୦୨୪ ରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ଜାତୀୟ ସ୍ତରର ଏକ ଟିମ ଡ଼ା ଆଶିଷ ଘୋଷ ଦା ତୃପ୍ତି ନନ୍ଦ ନିରୀକ୍ଷକ ଭାବେ ଅସି ୧୨ ପ୍ରକାର ର ସ୍ବାସ୍ଥ୍ୟ ସେବା ଓ ସ୍ବଚ୍ଛତା ଆଦି ବିଷୟ ରେ ନିରୀକ୍ଷଣ କରି ୧୦୦ ରୁ ୮୮.୭୫ ମାର୍କ ଦେଈ ଚୟନ କରିଥିଲେ। ସେହି ଆଧାର ରେ ସ୍ବାସ୍ଥ୍ୟ କେନ୍ଦ୍ର ପୁରସ୍କୃତ ହୋଇଚି। ସ୍ବାସ୍ଥ୍ୟ କେନ୍ଦ୍ରର ପରିଚାଳନା ସଂସ୍ଥା ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ର ସମସ୍ତ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଭବିଷ୍ୟତ ରେ ଆହୁରି ଆନ୍ତରିକତା ର ସହ କାର୍ଯ୍ୟ କରିବା ପାଇଁ କହିଛନ୍ତି।