-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଡାଇମଣ୍ଡ ଟ୍ୟାଙ୍କ ରୋଡ଼ ଶିଶୁ ମନ୍ଦିର ନିକଟରେ ଜଣେ ଯୁବକ ସ୍କୁଲ ସମ୍ମୁଖରେ ଠିଆ ହୋଇଥିବା ବେଳେ ୨ ଜଣ ଯୁବକ ବାଇକ ରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ତେବେ ଜୀବନ ବିକଳରେ ଯୁବକ ଜଣକ ସ୍କୁଲ ନିକଟକୁ ଦୌଡ଼ି ଆସୁଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଉକ୍ତ ଯୁବକ ଜଣକ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ବିହାର ଅଂଚଳର ଶଙ୍କର ମହାରଣା ବୋଲି ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ତଦନ୍ତ ଚଳାଇଛନ୍ତି।