-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
(ଡଲୋଶ୍ବର ବାଗ)
ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ୫ ଗୋଟି ବ୍ଲକ ଏବଂ ୩ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। ଘରେ ଘରେ ସୁଭଦ୍ରା ଯୋଜନା ନେଇ ପାଞ୍ଚ ବ୍ଲକ ରେ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ରାଜା ଏଟି ହାଇସ୍କୁଲ ପରିସର ରୁ ଏକ ଶୋଭାଯାତ୍ରା ବାହାରି ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ସଚେତନ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭାରେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ବିଡ଼ିଓ ନରସିଂହ ଗଡବା, ଏନଏସି ନିର୍ବାହୀ ଅଧିକାରୀ ସ୍ବାଧୀନ ଚେତନ ମହାରଣା, ସିଡ଼ିପିଓ ମୀନା ଅଗ୍ରୱାଲ, ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା,ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ମମତା ମଞ୍ଜରୀ ଥାପା, ଜିପିଓ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମହିଳା କର୍ମୀ, ଅଙ୍ଗନୱାଡି କର୍ମୀ,bସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟା ମାନେ ଉପସ୍ଥିତ ରହି ଆସନ୍ତା ଦିନରେ ସୁଭଦ୍ରା ଯୋଜନା ଦ୍ବାରା ମହିଳା ଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ଏକ ଡେବିଟ କାର୍ଡ ପ୍ରଦାନ ହେବ। ମହିଳା ଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ ଅଟେ।