-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2024
ବଲାଙ୍ଗୀର(ପ୍ରେରଣା ଖବର) ଓଡିଶା ଅନୁସୂଚିତ ଜାତି ଓ ଜନ ଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ଏକ ଗୁରୁତ୍ୱପୂର୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହସ୍ତ ଶିଳ୍ପ ଅଧିକାରୀ ଅଜିତ ପ୍ରସାଦ ଭୋଇ, ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠ୍, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା,
ପ୍ରଫେସର ଅକ୍ଷୟ କୁମାର ସେଠ୍, ପ୍ରଫେସର ସଦାଶିବ ମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ବୃନ୍ଦାବନ ନାଗ ପ୍ରମୁଖ ମଂଚାସୀନ ଥିଲେ । ଅନୁସୂଚିତ ବର୍ଗ ଉପରେ ବୃଦ୍ଧି ପାଉଥିବ ଅତ୍ୟାଚାର ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଗଲା l
ଦ୍ଵିତୀୟ ପର୍ଯାୟରେ ରେ ରାଜ୍ୟସ୍ତରୀୟ କମିଟିର ସଭ୍ୟ ଅଜିତ ପ୍ରସାଦ ଭୋଇଙ୍କ ତତ୍ୱାବଧାନରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା
ସର୍ବସମ୍ମତି କ୍ରମେ ମୀନକେତନ ମାଝି ସଭାପତି, କମଳ ଲୋଚନ ବିଶ୍ୱାଳ କାର୍ଯ୍ୟକାରୀ ସଭାପତି, ରବୀନ୍ଦ୍ର ସୁନା ସାଧାରଣ ସମ୍ପାଦକ, ନୀଳକଣ୍ଠ ସୁନା ସହ ସମ୍ପାଦକ, କୌତୁକ ପନ୍ଦର ସାଙ୍ଗଠନିକ ସମ୍ପାଦକ, ସୁଶ୍ରୀ ଫୁଲନ୍ତୀ ଗୁରିଆ ନିୟୋଜନ ସମ୍ପାଦକ, ସୁରେନ୍ଦ୍ର ସେଠ୍ ସାଂସ୍କୃତିକ ସମ୍ପାଦକ, ବୃନ୍ଦାବନ ନାଗ ଆର୍ଥିକ ସମ୍ପାଦକ, ସଦାନନ୍ଦ ଭୋଇ ଅତିରିକ୍ତ ସମନ୍ୱୟ ସମ୍ପାଦକ ଓ ନିହାର ରଞ୍ଜନ ବାଗ କମିଟିର ଅଡିଟର ଭାବରେ ମନୋନୀତ ହେଲେ । ଉକ୍ତ ବୈଠକରେ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ବହୁ ସଂଖ୍ୟାରେ ବଲାଙ୍ଗୀର ଜିଲ୍ଲାର କୋଣ ଅନୁକୋଣରୁ ଯୋଗ ଦେଇଥିଲେ. ନେପାଲ ବାଗ ସଂଯୋଜନା କରିଥିବା ବେଳେ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଦେଇଥିଲେ. ବିଶ୍ଵାମିତ୍ର ନାଗ, ସହଦେଵ ଧରୁଆ, ମହେନ୍ଦ୍ର ନାଗ, ଛବିନ୍ଦ୍ର ବେହେରା, ପର୍ଶୁରାମ ସୁନା , ଅକ୍ରୁର ସୁନା, କଳିଙ୍ଗ ସୁନା,ରାମଚନ୍ଦ୍ର ଦୀପ, କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ l