-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା ଟିମ୍ । ଏଥିପାଇଁ ରାଜ୍ୟ ସରକାର ସହମତି ପ୍ରଦାନ କରିଛନ୍ତି ! ସୂଚନାଥାଉ କି, ତିନିଜଣ ସଦସ୍ୟ ବିଶିଷ୍ଟ ଏସଆଇଟି ଟିମ୍ ପୀଡିତ ଗାଁ, ଯେଉଁ କ୍ଷେତରେ ପୀଡିତାଙ୍କୁ ଆକ୍ରମଣ ହୋଇଥିଲା ଏବଂ ଶବ ସତ୍କାର ସ୍ଥାନକୁ ଯାଇଥିଲେ। ଟିମ୍ ସହ ଏକ ଫୋରେନ୍ସିକ ଟିମ୍ ମଧ୍ୟ ଯାଇଥିଲେ ଯେଉଁମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଟିମ୍ରେ ୟୁପି ଗୃହ ସଚିବ, ଡିଜିପି ଏବଂ ଜଣେ ପୋଲିସ ଅଫିସର ସାମିଲ ଅଛନ୍ତି!!