-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ସୁନ୍ଦରଗଡ଼, ଲେଫ୍ରିପଡ଼ା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ମହାନଦୀ କୋଲ୍ ଫିଲ୍ଡ ସହାୟତା ରେ ବାଏଫ ସେଚ୍ଛ୍ୱାସେବୀ ସଂସ୍ଥା ଜରିଆରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକର ଦଶଟି ଗ୍ରାମରେ ଚାଲିଥିବା ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବାଢୁନଝରିଆ ଠାରେ ୭୫ ଜଣ ବୟସ୍କ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ବାଏଫର ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଈଂ ମାନସ ରଞ୍ଜନ ରାଉତ ଉଦ୍ଘାଟନ କରି ସାମଗ୍ରିକ ବିକାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଥିଲେ। ଏଥି ସହ ଉନ୍ନତ ସ୍ବାସ୍ଥ୍ୟ ନିରାମୟ ନିରୋଗ ଜୀବନ ଲାଗି ସଚେତନତା ଆବଶ୍ୟକ ବୋଲି ମତ ରଖିବା ସହ ଗୁରୁଜନଙ୍କ ଯତ୍ନ ନେବା ଲାଗି ଉପସ୍ଥିତ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏକ ସୁସ୍ଥ ସମାଜ ଗଠନ ଲାଗି ପରିବାରରେ ବାୟୋବୃଦ୍ଧ୍ ବ୍ୟକ୍ତିଙ୍କ ସେବା ଓ ଆତ୍ମନିର୍ଭରୀଳ ହେବଲାଗି ସେମାନଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ। ଉତ୍ଥାନ ପ୍ରକଳ୍ପର ଯୁଗ୍ମ ପରିଚାଳକ ମାନସ ରଞ୍ଜନ ନାଥ ମହାନଦୀ କୋଲ୍ ଫିଲ୍ଡ ଓ ବାଏଫ ସହଯୋଗରେ ଗ୍ରାମୀଣ ଲୋକଙ୍କ ବିକାଶ ଲାଗି ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ପ୍ରଶାନ୍ତ ଭୋଇ,କରୁଣାକର ମାଝୀ, ଆରବିନ ବେକ, ଉପାସୀ ପଧାନ, ବିନିତା ଭୋଇ, ବିପିନ ମିଞ୍ଜ, ଉମାକାନ୍ତ ପଟେଲ, ଅନ୍ଧ୍ରିଆସ ଟପୋ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଜ୍ଞାନେନ୍ଦ୍ର ପାଲ ଧନ୍ୟବାଦ ଅର୍ପଣ କରିଥିଲେ।