-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ପ୍ରାଣୀମାନଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ଆଧାରିତ ସଚେତନତା କାର୍ଯ୍ୟକ୍ରମ, ବରମୁଣ୍ଡା ଓ ପାଣିମୋରାଠାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

15-Aug-2024



ବରଗଡ଼/ବିଜେପୁର:(ନିରଞ୍ଜନ ତ୍ରିପାଠୀ)- ପ୍ରାଣୀମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଫାଟୁଆ ରୋଗ ଭୁତାଣୁଜନିତ ଅଟେ l ନିୟମିତ ଭାବେ ପ୍ରତିଷେଧକ ଟୀକା ଦିଆଯାଇ ଏହି ରୋଗକୁ ନିୟନ୍ତ୍ରଣ ଓ ମୁଳୋତ୍ପାଟନ କରାଯାଇପାରିବ l ସେଥିପାଇଁ ସରକାର ମାଗଣାରେ ଟୀକା ଯୋଗାଇ ଦେଉଛନ୍ତି l ଏପରି ବାର୍ତ୍ତା ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କୁ ସଚେତନ କରାଇବା ଲକ୍ଷ୍ୟ ରଖି, ବରଗଡ଼ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି l
ଏହି କ୍ରମରେ ବିଭାଗୀୟ ସୌଜନ୍ୟରୁ ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମ ଓ ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ସାଧାରଣ ସଭା ସହ ପଥପ୍ରାନ୍ତ ନାଟକ ଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଛି l
ବିଜେପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଗିରୀଶ ଚନ୍ଦ୍ର ମାଥୁର, ସୋହେଲା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସଞ୍ଜୀବ କୁମାର ପାତ୍ରଙ୍କ ଦିଗଦର୍ଶନରେ ତଥା ବିଜେପୁର ସହକାରୀ ପ୍ରାଣୀ ଚିକିତ୍ସକ ଡା ସଂଯୁକ୍ତା ସାହୁ, ସୋହେଲା ସହକାରୀ ପ୍ରାଣୀ ଚିକିତ୍ସକ ଡା ବିକାଶ ଅଗ୍ରୱାଲ, ଏମ ଭି ୟୁ ଭି ଏ ଏସ ଡା ଦୀପାଳି ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସାଧାରଣ ସଭାରେ ଚାଷୀଗଣଙ୍କୁ ଫାଟୁଆ ରୋଗର ନିରାକରଣ ଦିଗରେ ବିଭିନ୍ନ ପରାମର୍ଶ ଦିଆଯାଇଥିଲା l
କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ ଅଂଶବିଶେଷ ଭାବେ ପଥପ୍ରାନ୍ତ ନାଟକ " ପ୍ରତିଷେଧକ ଟୀକାର ଉପଯୋଗ - କଲେଁ ମେଟିଯିବା ଫାଟୁଆ ରୋଗ " ଶୀର୍ଷକ କ୍ଷୁଦ୍ର ନାଟିକା ପ୍ରଦର୍ଶନ କରାଯାଇଥିଲା l ବୁଡ଼ାପାଲି ଭି ଟି ଦିଲ୍ଲୀପ କୁମାର ଦେବତାଙ୍କ ଦ୍ୱାରା ଲିଖିତ ଉକ୍ତ ନାଟକକୁ ସଂଗଠକ ରାଜେଶ୍ୱର ବେହେରା ନିର୍ଦେଶନା ଦେଇଥିବା ବେଳେ ଅlଲତି ସାଂସ୍କୃତିକ କୁଟୁମ, ବିଜେପୁରର କଳାକାରଗଣ ଅଭିନୟ କରିଥିଲେ l ଭୀମ ମେହେର, ନୀଳମଣି ମେହେର, ଭାଗବତ ପଧାନ, ଭରତ ସାହୁ, ସୁଷମା ଭୋଇ, ପ୍ରତିମା ସେଠ, ଲିପିକା ସେଠ ପ୍ରମୁଖଙ୍କ ଦ୍ୱାରା ଉପସ୍ଥାପିତ ସମଗ୍ର କାର୍ଯ୍ୟକ୍ରମକୁ ଉତ୍ସାହ ଓ ଆନନ୍ଦର ସହ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l
ବାନ୍ଦୁପାଲି ଭି ଟି ଅଞ୍ଜଳି ପ୍ରଧାନ, ପାଣିମୋରା ଭି ଟି ତାରାଚାନ୍ଦ ମହାନନ୍ଦ, ବିଭାଗୀୟ କର୍ମଚାରୀ ଗଙ୍ଗାଧର ଦୀପ, ବୀରେନ୍ଦ୍ର ସାହୁ, ସଞ୍ଜୀବ ସାହୁ, ଆଶୀଷ ବାରିକ, ବଳରାମ ପୁରୀ, ଗଗନ ପଧାନ ଆଦି ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like