-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ଭୁବନେଶ୍ୱର,(ପ୍ରେରଣା ଖବର)
କରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଘୋଷଣା ମୁତାବକ ଆସନ୍ତାବର୍ଷ ମେ’ ୪ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ ଓ ଜୁନ ୧୦ ସୁଦ୍ଧା ଶେଷ କରାଯିବ। ଶ୍ରୀ ନିଶଙ୍କ କହିଛନ୍ତି ଯେ ବୋର୍ଡ ପରୀକ୍ଷା ପରେ ଉତ୍ତର ପତ୍ର ମୂଲ୍ୟାୟନ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ଓ ଶୀଘ୍ର ଫଳ ପ୍ରକାଶ କରାଯିବ। ସେ କହିଛନ୍ତି, ଜୁଲାଇ ୧୫ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ।
ଅନ୍ୟପକ୍ଷରେ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏହି ବିଷୟ ଘୋଷଣା କରି ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ କହିଛନ୍ତି ଯେ ପୂର୍ବରୁ ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଥିବାରୁ ଛାତ୍ରଛାତ୍ରୀମାନେ ସାହସର ସହ ପ୍ରସ୍ତୁତ ହୁଅନ୍ତୁ ଓ ବୋର୍ଡ ପରୀକ୍ଷା ଦିଅନ୍ତୁ।