-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ଆଗଲପୁର, (ପ୍ରେରଣା ଖବର) :ଏ ପାନବାଲା ବାବୁ... ପାନବିଡେକେ କେତେନେବୁ... ଏପାନ୍ ବାଲାବାବୁ... ଏ ହେଉଛି ନବେ ଦଶକର ସୁପରହିଟ୍ ସମ୍ବଲପୁରୀ କୋଶଲିଗୀତ ଏହିଗୀତର ସ୍ରଷ୍ଟାହେଉଛନ୍ତି ଅନିଲ ହରିପାଳ ସଂଗୀତ ଜଗତରେ ଦୀର୍ଘଦିନ ଯାଏ ଲୋକଙ୍କମନରେ ଆସ୍ଥାନଜମାଇଥିଲେ,ହେଲେବର୍ତମାନ ସେ ଆର୍ଥିକ ଅନଟନଦେଇ ଗତିକରୁଛନ୍ତି,ବିଭିନ୍ନ ରୋଗରେ ସେ ପୀଡିତଅଛନ୍ତି ପରିବାରରବୋଝତାଙ୍କୁ ସଂଗୀତ ଜଗତରୁଘରକୁ ଟାଣିଆଣିଲା,ପରିବାରପାଇଁ ମୁଠାଏ ଦାନା ଯୋଗାଡ କରିବାପାଇଁ ଅନେକ ସଂଙ୍ଘର୍ଷ କରିଥିଲେ ସେଜଣେ ଗରିବଓ ଭୂମିହୀନ କଳାକାର ଅଟନ୍ତି ଦି ଓଳି ଖାଦ୍ୟଯୋଗାଇବା ପାଇଁ ମନରେଗା ଯୋଜନାରେ ମାଟିକାମ କରିଆସୁଥିଲେ ହେଲେଏବେ ଅନେକ ରୋଗ ତାଙ୍କଠାରୁ ସବୁକିଛି ଛଡାଇନେଇଛି ବର୍ତମାନ ଏ ପାନବାଲା ଘରେ ପଡିରହିଛନ୍ତି ତାଙ୍କଗୋଡ ହାତ ଠିକରେ କାମକରୁନଥିବାରୁ ଘରୁ ବାହାରିପାରୁନାହାନ୍ତି ପରିବାରର କାହାର ସାହାଯ୍ୟନେଲେ ବାହାରକୁ ଆସିପାରୁଛନ୍ତି ଅନିଲ ହରିପାଳ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମର ହରିଜନ ପଡାରେ ରହୁଛନ୍ତି ୨୫/୬/୧୯୬୭ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ଜନ୍ମଗ୍ରହଣ କରିଥିଲେ ବାପା ସ୍ବର୍ଗତ ଅବଧୂତ ହରିପାଳ ମାଁ ଦହନା ହରିପାଳ ସୁନ୍ଦରଗଡ଼ ଖଣିଅଞ୍ଚଳରେ ଦିନମଜୁରିଆ ଭାବରେ କାମକରୁଥିଲେ ପିଲାଟି ଦିନରୁ ସଂଗୀତ ପ୍ରତିସେ ଆକୃଷ୍ଠ ହୋଇଥିଲେ 1990 ମସିହା ଡିସେମ୍ବର ମାସ 20 ତାରିଖରେ କଟକର ସମ୍ରାଟ କ୍ୟାସେଟ କମ୍ପାନୀ ଦ୍ଵାରା ଏପାନବାଲାବାବୁ ରିଲିଜ ହୋଇଥିଲା ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳଙ୍କ ସହିତ ସାକ୍ଷାତ ପରେ ଅନିଲ ଛତିଶଗଡି ଭୋଜପୁରି ମରାଠୀ ଆଦିବିଭିନ୍ନ ଭାଷାରେ ଗୀତ ତିଆରିକରିଥିଲେ ସେ ଚଲାବୁଲା କରିପାରୁନଥିବାରୁ ଭୋକଉପାସରେ ପଡିରହିଛନ୍ତି ତାଙ୍କସ୍ତ୍ରୀ କୁନ୍ତଳା ହରିପାଳ ଦିନମଜୁରିଆ ଭାବରେ ଜାହାରୋଜଗାର କରୁଛନ୍ତି ପରିବାର ଚଲୁଛନ୍ତି ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି କଳାକାର ଭତ୍ତା ପାଇଁସେ ଅନେକ ଥର ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଅନେକ ରାଜନୈତିକ ଦଳର ନେତା �