-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)- ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍କୁଲର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସଭ୍ୟମାନଙ୍କୁ ବୁଝାଇଥିଲେ ଓ କହିଥିଲେ ଯେ , ନିୟମ ଅନୁଯାୟୀ ସରକାରଙ୍କ ଆର୍ଥିକ ଅନୁଦାନ ଓ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଆର୍ଥିକ ଅନୁଦାନରେ ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ କରାଯିବାର ନିୟମ ରହିଅଛି । ଏହି ନିୟମ ଅନୁଯାୟୀ , ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ୯ ଜଣିଆ କମିଟି ଗଠନ କରାଯାଇଥିଲା ଏବଂ ଏହି ସଭାରେ ନିମ୍ନ ଲିଖିତ ସଭ୍ୟମାନଙ୍କୁ କମିଟିର ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା । ପ୍ରକାଶ ଚନ୍ଦ୍ର ନେପାକ , ନିତ୍ୟାନନ୍ଦ ମିଶ୍ର , ପ୍ରଦୀନ ସାହୁ , ଭଗବାନ ବଗର୍ତ୍ତି , ଗୋପବନ୍ଧୁ ପୁରୋହିତ , ଧିରେନ୍ଦ୍ର କୁମାର ବନଛୋର , କୁନୁ ପାତ୍ର , ଅଶୋକ କୁମାର ସେଠ ଓ ବୀଣାପାଣି ତ୍ରିପାଠୀ । ପ୍ରଧାନ ଶିକ୍ଷୟିତ୍ରୀ ଏହି ନୂତନ ସଭ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସଭ୍ୟମାନଙ୍କ ମଧ୍ୟରୁ ପ୍ରଦୀପ ସାହୁଙ୍କୁ ସର୍ବସମ୍ମତ କ୍ରମେ କମିଟୀର ସଭାପତି ଭାବରେ ଚୟନ କରାଯାଇଥିଲା । ଉକ୍ତ ସଭାରେ ପୂର୍ବତନ ଛାତ୍ରଙ୍କ ମଧ୍ୟରୁ ବିକ୍ରମାନନ୍ଦ ବହିଦାର , ମହେନ୍ଦ୍ର ବାଗ , ପ୍ରମୋଦ କୁମାର ସାହୁ , କିଶୋର କୁମାର ସେଠ , ଜୟନ୍ତୀ ସାହୁ , ଗାୟତ୍ରୀ ମିଶ୍ର । ଏହି ସଭାରେ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ଠାରୁ ୮ ହଜାର ୪୦୦ ଟଙ୍କା ଆର୍ଥିକ ସାହାଯ୍ୟ ଆକାରରେ ମିଳିଥିଲା । ସଭା ଶେଷରେ ଶିକ୍ଷୟିତ୍ରୀ ପ୍ରିୟମ୍ଭଦା ଦାଶ ସଭ୍ୟମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇ ଏହି ସଭାରେ ଯୋଗଦାନ କରିଥିବାରୁ ସ୍କୁଲ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସଭା ସାଙ୍ଗ ହେଲା ବୋଲି ଘୋଷଣା କରିଥିଲେ ।