-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ନର୍ଲା (ଚିନ୍ତାମଣି ନାଏକ)
ନର୍ଲା ରଥଯାତ୍ରା ର ପୂର୍ବତନ ଗଜପତି ତଥା ଡଙ୍ଗରମାଲ୍ ଗାଁ ର ଗୌନ୍ତିଆ ସତ୍ୟ ନାରାୟଣ ପାତ୍ର ଙ୍କ ଶୁକ୍ର ବାର୍ ଦିନ ୧୨ ଟା ସମୟରେ ପରଲୋକ ଘଟିଛି, ତାଙ୍କୁ ୯୫ ବର୍ଷ ହୋଇଥିଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ।
ମୃତ୍ୟୁ ବେଳକୁ ତାଙ୍କର ବଡ଼ ପୁଅ ଜଗବନ୍ଧୁ ପାତ୍ର, ସାନ ପୁଅ ଭଗବାନ ପାତ୍ର ଦୁଇ ପୁତ୍ର ବଧୂ ଙ୍କ ସହିତ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଗାଡିଆ ଜୋର୍ ନଈ କୁଳ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।ଶୋକ ସନ୍ତପ୍ତ ପରିବାର କୁ ନର୍ଲା ପ୍ରେସ ସଂଘ ସଭାପତି ଦୀପକ କୁମାର ସାହୁ ଉପସଭାପତି ଚିନ୍ତାମଣି ନାଏକ ପୂର୍ବତନ ନର୍ଲା ସରପଂଚ ଚିରଞ୍ଜିବୀ ଗୌଡିଆ, ଥାବିରାମ୍ ବୁଦ୍ଧିଆ, କୁମୁଦ ନାଏକ, ନର୍ଲା କଂଗ୍ରେସ ବ୍ଲକ୍ ସଭାପତି ସମୀର ଚାନ୍ଦ୍, ବଡ ଖବର୍ ପ୍ରତିନିଧି ଜଗତ ରାମ୍ ସାହୁ ପ୍ରମୁଖ ସମ୍ବେଦନା ଜଣେଇ ଶ୍ରୀଯୁକ୍ତ ପାତ୍ର ଙ୍କ ଅମର ଆତ୍ମା ର ସଦଗତି ପାଇଁ କାମନା କରିଛନ୍ତି।