-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଦେଢ଼େଣମାଳ ଠାରେ ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦିବାସୀ ସମନ୍ୱୟ ସମିତି ସଭାପତି ସାମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଆଦିବାସୀ ସଙ୍ଘ ଉପ ସଭାପତି ପିତାମ୍ବର ଭୋଇ, ଘଣ୍ଟାପଡା କନ୍ଧ ସମାଜ ସମ୍ପାଦକ ବିବଛ ଭୋଇ, କୋଷାଧ୍ୟକ୍ଷ ବଂଶୀଧର ମାଝୀ, ତୁର୍କା
ପ୍ରଗଣା ଉପ ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଧର୍ମୁ କହଁର ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଆଦିବାସୀ ମାନଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଏଥିସହିତ ଆଦିବାସୀମାନେ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ହରିହର ପୁଟା ଧନ୍ୟବାଦ ଦେଇଥିଲେ l ସେହିପରି କଣ୍ଟାମାଳ ଠାରେ ମଧ୍ୟ ଆଦିବାସୀ ଦିବସ ପାଳିତ ହୋଇଛି l