-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ତୁମୁଡ଼ିବନ୍ଧ (ପ୍ରେକଣା ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଇଲାକାରେ କିଛି ଦିନ ହେଲା ବାଘ ଆତଙ୍କ ଜାରି ରହିଛି। କୋଟଗଡ଼ ବନାଞ୍ଚଳ ପରେ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧୀନ ଝରିଆପଦା ଗ୍ରାମରେ ଏବେ ବାଘ ମାତିଛି। ଏକ ଗାଈକୁ ବାଘ ମାରି ଦେଇଥିବା ଅଭିଯୋଗ ହୋଇଛି। ପୁରେନ୍ଦ୍ର ଦଣ୍ଡସେନାଙ୍କ ଗାଈ ନିକଟସ୍ଥ ଭୀମାଡଙ୍ଗର ଜଙ୍ଗଲକୁ ଯାଇ ଆଉ ଫେରି ନଥିଲା। ଆଜି ତାକୁ ଖୋଜାଖୋଜି କରାଯାଇଥିଲା। କିଛି ସମୟ ପରେ ଗାଈଟିର କ୍ଷତାକ୍ତ ଓ ଖଣ୍ଡିଆଖାବରା ଶବ ଉଦ୍ଧାର ହୋଇଥିଲା। ଏହାକୁ ବାଘ ହିଁ ମାରି ଖାଇଦେଇଥିବା ଗ୍ରାମବାସୀ କହିଛନ୍ତି। କିଛି ଦିନ ତଳେ ସାର୍ତ୍ତୁଲ ଜଙ୍ଗଲରେ ବାଘ ବୁଲୁଥିବା ଜଙ୍ଗଲ ବିଭାଗ ସ୍ପଷ୍ଟ କରିଥିଲା। ଏହି ଘଟଣା ପରେ ତୁମୁଡ଼ିବନ୍ଧ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। କିନ୍ତୁ ଘଟଣା ବିଷୟରେ ବନ ବିଭାଗ ପାଖରେ ଖବର ନାହିଁ।