-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
ବରଗଡ଼/ଅମ୍ବାଭୋନା(ନିରଞ୍ଜନ ତ୍ରିପାଠୀ)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବରଗଡ଼ର ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଶିକ୍ଷାଶ୍ରୀ ପ୍ରକଳ୍ପ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବରେ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମୁକୁନ୍ଦ ଦାଶ, ଆଜୀବନ ସଦସ୍ୟ ପରିବେଶବିତ୍ ଶ୍ରୀଯୁକ୍ତ ସଞ୍ଜୟ ଖମାରୀ, ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ବୃନ୍ଦାବନ ବେହେରା, ଆଜୀବନ ସଦସ୍ୟା ଶ୍ରୀମତି ସୌଦାମିନୀ ବଞ୍ଛୋର ଯୋଗ ଦେଇ ଶିକ୍ଷାଶ୍ରୀ ପ୍ରକଳ୍ପ ଏବଂ ପ୍ରତିଯୋଗୀତାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ। ବିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ସମାରୋହରେ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦାଶ ସୂଚନା ଦେଇଥିଲେ। ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାନ ଶିକ୍ଷକ ସଂଜୟ ଖମାରୀ, ତେଜରାମ ସା, ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ, ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର,ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ଶ୍ରୀମତୀ ଅନୀତା ପଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।