-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
ମେଣ୍ଡା,ତା.୮/୮-(ପ୍ରେରଣା ଖବର) : ସ୍ଥାନୀୟ ସରକାରୀ ହାଇସ୍କୁଲ ମେଣ୍ଢାରେ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଝସକେତନ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ଜୁନିୟର ରେଡକ୍ରସ ପରାମର୍ଶଦାତା ମଧୁସୂଦନ ନାଏକ ପ୍ରଥମେ ସ୍ୱାଗତ ଅଭିଭାଷଣ ଦେବା ସହିତ ୨୦୨୩-୨୪ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଜୁନିୟର ରେଡକ୍ରସର ସଦସ୍ୟତା ନେବାକୁ ଆହ୍ୱାନ କରାଯାଇଥିଲା । ଏହି କ୍ରମରେ ଆଜିର ସଭାରେ ଉଭୟ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ନେଇ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ସର୍ବସମ୍ମତିକ୍ରମେ ୟୁନିଟରେ ରୋହିତ କମ୍ପ-ଚେୟାରମ୍ୟାନ, ଗୀତାଂଜଳୀ ଦେହେରି-ଭାଇସ ଚେୟାରପାର୍ସନ, ସୁବ୍ରତ କୁମାର ମେହେର-ସଂପାଦକ, ପ୍ରୀୟମ୍ବଦା ସାହୁ-ଯୁଗ୍ମ-ସଂପାଦକ, ସାହିଲ ପଧାନ-କମାଣ୍ଡର,ପ୍ରାଚୀ କର୍ଣ୍ଣ-ଭାଇସ-କମାଣ୍ଡର ଭାବରେ ମନୋନୀତ ହୋଇଛନ୍ତି । ଏଥି ସହିତ, ବିଦୁସ୍ମିତ ଭୁଏ ସ୍ୱାସ୍ଥ୍ୟ ଦଳର ଗ୍ରୁପ ଲିଡର, ଅନୁିଷ୍କା ସେଠ ସାମାଜିକ ଦଳର ଗ୍ରୁପ ଲିଡର, ହେପିନା କର୍ଣ୍ଣ ସାଂସ୍କୃତିକ ଦଳର ଗ୍ରୁପ ଲିଡର,ତ୍ରୀଦେବ ପଧାନ ପାଂଠି ଦଳର ଗ୍ରୁପ ଲିଡର ଏବଂ ବସନ୍ତ ମାହାକୁର ଆନ୍ତର୍ଜାତୀୟ ଦଳର ଗ୍ରୁପ ଲିଡର ଭାବରେ ୟୁନିଟ କୁ ପ୍ରତିନିଧିତ୍ୱ କରିଛନ୍ତି ।
ପ୍ରଧାନଶିକ୍ଷକ ଶ୍ରୀ ଝସକେତନ ମେହେର ୟୁନିଟ ରେ ବିଭିନ୍ନ ପଦପଦବୀରେ ସ୍ଥାନିତ ହୋଇଥିବା ୩୧ ଜଣ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ ଓ ଏହି ବର୍ଷରେ ହାତାକୁ ନେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ମାର୍ଗଦର୍ଶନ କରିଥିଲେ । ୟୁନିଟର ପ୍ରତିନିଧି ଶିକ୍ଷକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।