-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

କମସରା ପେକ୍ସରେ ଫେକ୍ ଭେଣ୍ଡରର ଧାନଖର୍ଦ୍ଦି ମାମଲା ! କଙ୍ଗାରୁ କୋର୍ଟରେ ସମାଧାନ ! ଅଭିଯୁକ୍ତ ଡିଇଓଙ୍କ ହାତଲେଖା ସ୍ବୀକାରୋକ୍ତି : ଜମିବିକି ୧୫ ଲକ୍ଷ ଭରଣା, ଛତିଶଗଡକୁ ଧାନ ଚୋରା ଚାଲାଣ

08-Aug-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): କିଛିଦିନତଳେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ କମସରା ପେକ୍ସରେ ଖରିଫ୍ ଧାନକିଣାରେ ଟାର୍ଗେଟ୍ ବାହାରେ ଲକ୍ଷାଧିକ ଟଙ୍କାର ଧାନକିଣି ଭେଣ୍ଡର୍ ରସିଦ୍ ଦେଇ ପାଉଣା ବାକି ଫେରାର୍ ହୋଇଯାଇଥିବା ଚାଷୀଙ୍କ ଅଭିଯୋଗର ସମାଧାନ ହୋଇ ଯାଇଥିବା ପ୍ରକାଶ । 

ଗ୍ରାମରେ ଏକ କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଦୋଷସ୍ବୀକାର କରି ଏକ ହାତଲେଖା ସ୍ବୀକାରୋକ୍ତି ଲେଖିବା ସହ ଅଭିଯୋଗକାରୀ ତଥାକଥିତ ଚାଷୀଙ୍କୁ ଜମି ବିକି ୧୫ ଲକ୍ଷଟଙ୍କା ଭରଣା କରିବାରୁ ଜିଲ୍ଲା ପ୍ରଶାସନ , ଯୋଗାଣ ବିଭାଗ , ସମବାୟ ବିଭାଗ ଓ ତରଭାଥାନା ପୁଲିସ୍ ରୁ ଅଭିଯୋଗ ଫେରସ୍ତ ହୋଇଯାଇଛି  ! ଏହା ସହ ସମ୍ପୃକ୍ତ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କୁ ଚିଠିଲେଖି ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ଅନୁରୋଧ କରିଛନ୍ତି । ଫଳରେ ବାହାର କରିଦିଆଯାଇଥିବା ଅଭିଯୁକ୍ତ ଡିଇଓଙ୍କୁ ପୁନଃଅବସ୍ଥାପିତ କରାଯାଇଥିବା ପ୍ରକାଶ । ସୋନପୁର ଜିଲ୍ଲାର ଏହି ବିଚିତ୍ର ସମାଧାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ମୋହନ ସରକାରଙ୍କୁ ଏକ ନୂତନ ଦିଗ୍ ଦର୍ଶନ ମିଳିଲା ବୋଲି ଲୋକେ କଟାକ୍ଷ କରିଛନ୍ତି ।ଉଲ୍ଲେଖନୀୟ ଯେ , କମସରା ପେକ୍ସରେ ଗତ ଜାନୁଆରୀ ମାସଶେଷ ସୁଦ୍ଧା ଖରିଫ୍ ଋତୁର ଧାନକିଣା ବନ୍ଦ ହେବାପରେ ସେହିଗ୍ରାମ ନିବାସୀ ଡିଇଓ ମନୋରଞ୍ଜନ ମିଶ୍ର ଗତ ଫେବୃୟାରୀ ୫ ତାରିଖ ମଧ୍ୟରେ କୁମ୍ଭାରମୁଣ୍ଡାର ଚାଷୀ ଶକ୍ତି ସାହୁଙ୍କ ସମେତ ଆଖପାଖ ଗ୍ରାମ ବଡଯୋର , ଲେମ୍ବୁପାଲି , ମହୁଲପାଲି ,ଜାମପାଲି ଓ କମସରାର ଆଉ ୧୯ ଜଣ ଚାଷୀଙ୍କର ଧାନକିଣି ଭେଣ୍ଡର ସ୍ଲିପ୍ ଦେଇଥିଲେ । ସେମାନଙ୍କୁ

ଆଜି / କାଲି କରି ପ୍ରାପ୍ୟ ନ ଦେଇ ଲୁଚି ବୁଲିବାରୁ ଉକ୍ତ ଚାଷୀମାନେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ , ଡିଆରସିଏସ୍ ଓ ଏଆରସିଏସ୍ ଙ୍କ ଉପସ୍ଥିତିରେ ତରଭା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।  ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ତନାଘନା ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତକମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା । ଏହା ସହିତ ଉକ୍ତ ଅଭିଯୁକ୍ତ ଡିଇଓଙ୍କୁ ବାହାର କରି ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ , ଏହି ଧାନକୁ ଡିଇଓ ଅସାଧୁ ମିଲର୍ସ ଓ ଚୋରାବେପାରୀଙ୍କ ଜରିଆରେ ବାହାରକୁ ଚୋରାରେ ବିକିଦେଇଥିବା ମଧ୍ୟ ଅଭିଯୋଗ ପ୍ରକାଶ ପାଇଥିଲା । ଏଥିରେ ସିଆଲଯୋରୀର ଲଳିତା ବନାମ ଶୀତଲମିଲ୍ ର ନାଁ ଉଠିଥିଲା । ତେବେ ସମ୍ପୃକ୍ତ ମିଲ୍ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି । ଏଥିରେ ପେକ୍ସର ଆଉ କେହି ବା ସମ୍ପାଦକ ଛନ୍ଦା ଚରଣ ପଣ୍ଡା ସମ୍ପୃକ୍ତ ନଥିବା ସଫେଇ ଦିଆଯାଇଥିଲା ।ତେବେ ଇତିମଧ୍ୟରେ ଫେରାର୍ କୁହାଯାଇଥିବା ଉକ୍ତ ଅଭିଯୁକ୍ତ ଗାଁ'କୁ ଫେରି ପେକ୍ସ ସଭାପତି ଓ  ଭଦ୍ରଲୋକଙ୍କ ସହ ଏଆରସିଏସ୍ ଙ୍କ ଉପସ୍ଥିତିରେ ଏକ ବୈଠକରେ ଏହାର ସମାଧାନ କରିଦେଇଥିବା ଓ ଏକ ହାତଲେଖା ସ୍ବୀକାରୋକ୍ତି

ଦେଇ ଦୋଷ ସ୍ବୀକାର କରିଥିବା ଏବଂ କୁମ୍ଭାରମୁଣ୍ଡାର ପ୍ରମୁଖ ଚାଷୀ ଓ ବେପାରୀ ଶକ୍ତି ସାହୁଙ୍କୁ ନିଜର ୩ ଏକର ଜମି ତରଭା ରେଜିଷ୍ଟ୍ରି ଅଫିସ୍ ରେ ୧୫ ଲକ୍ଷ ଟଙ୍କାରେ ବିକ୍ରିକରିଦେଇଥିବା ଓ ବର୍ଷେ ମଧ୍ୟରେ ଟଙ୍କା ନ ଫେରାଇଲେ ଜମିର ମାଲିକାନା କ୍ରେତାଙ୍କ ହାତକୁ ଚାଲିଯିବ ବୋଲି ସର୍ତ୍ତ ରଖିଥିବା ପ୍ରକାଶ । ଏହାପରେ ଅଭିଯୋଗକାରୀ ତଥାକଥିତ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ଅନୁରୋଧ କରାଯାଇଛି 

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ , ସମବାୟ ବିଭାଗ , ପ୍ରଶାସନ ଓ ପୁଲିସ୍ ରେ କରାଯାଇଥିବା ଅଭିଯୋଗକୁ ଫେରସ୍ତ ନିଆଗଲା ବୋଲି ପ୍ରକାଶ । 

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଏହି ଧାନ ଏକ ନିର୍ଦ୍ଦିଷ୍ଟ ମିଲ୍ ର ସ୍ଥାନୀୟ ତରଭାର ଜଣେ ମାରୁଆଡି ମ୍ୟାନେଜର ଓ ବେପାରୀଙ୍କ ଜରିଆରେ ଛତିଶଗଡର ସରକାରୀ ଧାନଦର ଅଧିକ ଥିବାରୁ ପାର୍ କରି ଦିଆଯାଇଛି । 

ତେବେ  କମସରା ଗ୍ରାମରେ ଅନୁଷ୍ଠିତ କୁହାଯାଇଥିବା ଉକ୍ତ କଙ୍ଗାରୁକୋର୍ଟରେ ଅଭିଯୁକ୍ତ ଡିଇଓଙ୍କ ଉକ୍ତ ହାତଲେଖା ସ୍ବୀକାରୋକ୍ତିରେ ସେ ଉକ୍ତ ମିଥ୍ୟାଖର୍ଦ୍ଦି କାରବାରରେ ସିଏସଓ ଅଫିସ୍ ର ଜଣେ କମ୍ପ୍ୟୁଟର ଅପରେଟର ରଞ୍ଜିତ ଦୀପ ଓ ଭୁବନେଶ୍ବର ମୁଖ୍ୟ ଯୋଗାଣ କାର୍ଯ୍ୟାଳୟର ଜଣେ କର୍ମଚାରୀ ତାଙ୍କୁ ସହଯୋଗ କରିଥିବା 
ଉଲ୍ଲେଖ କରିଥିଲେ ହେଁ , ତଦନ୍ତକାରୀ କମିଟି , ଯୋଗାଣ ବିଭାଗ , ଡିଆରସିଏସ୍ , ତରଭା ଥାନା ପୁଲିସ୍ ବା ଖୋଦ୍ ଜିଲ୍ଲାପାଳ ଏଥିପ୍ରତି ଉଦାସୀନ ରହିବା ଆଶ୍ଚର୍ଯ୍ୟଜନକ !  ଏଦିସହ ପୁଣି ଉକ୍ତ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୁନଃଅବସ୍ଥାପିତ କରିବାକୁ ପରାମର୍ଶ ପଛରେ ଏହି ଅଞ୍ଚଳରେ ଏଭଳି ଅନିୟମିତତାକୁ ପ୍ରୋତ୍ସାହିତ କରାଯିବାକୁ ସୁଯୋଗ ଦିଆଯିବା ନୁହେଁ କି  ? ଅର୍ଥାତ୍ ଆଉ ଏକବର୍ଷରେ ସେ ୧୫ ଲକ୍ଷର ଭରଣା କରିଦେଇପାରିବେ  ? ଏଣୁ ଏହି ଘଟଣାରୁ ସୁବର୍ଣ୍ଣପୁର ଜିଲ୍ଲା , ସୋନପୁର ଡିଆରସିଏସ୍ ,  ଯୋଗାଣ ବିଭାଗ ଓ ଥାନାପୁଲିସ୍ ର କାର୍ଯ୍ୟପଦ୍ଧତି ଅନୁମେୟ । କମସରା ପେକ୍ସର ଚେର ଯେ କେତେଦୂର ଲମ୍ବିଛି ଓ ଏଇସବୁ ଡାଟାଏଣ୍ଟ୍ରି ଅପରେଟରମାନେ କେଡେ ଖିଲାଡି ଏହି ଘଟଣାରୁ ସ୍ପଷ୍ଟ ଅନୁମିତ । ସରକାର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସକାଶେ ଦୃଷ୍ଟି ଦେବେ କି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like