ମୁରିବାହାଲ(ସୁଦାମ ଚରଣ ବଘାର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ର ସଭାଗ୍ରୁହରେ ରୋଗୀ କଲ୍ଯାଣ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ରେ ବିଧାୟକ ଲକ୍ଷ୍ମଣ ବାଗ ଯୋଗଦାନ କରି ଲୋକଙ୍କୁ ସେବା ପ୍ରଦାନ କରିବା ପାଇଁ ସବୁବେଳେ ଚେ଼ଷ୍ଟା କରନ୍ତୁ, ରୋଗୀ ଙ୍କୁ ଅନ୍ୟ ସ୍ଥାନ କୁ ରେଫର କରନ୍ତୁ ନାହିଁ, ଲୋକେ ଯେପରି ଡାକ୍ତର ଙ୍କ ପ୍ରତି ଭରସା
"/>-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
ମୁରିବାହାଲ(ସୁଦାମ ଚରଣ ବଘାର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ର ସଭାଗ୍ରୁହରେ ରୋଗୀ କଲ୍ଯାଣ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ରେ ବିଧାୟକ ଲକ୍ଷ୍ମଣ ବାଗ ଯୋଗଦାନ କରି ଲୋକଙ୍କୁ ସେବା ପ୍ରଦାନ କରିବା ପାଇଁ ସବୁବେଳେ ଚେ଼ଷ୍ଟା କରନ୍ତୁ, ରୋଗୀ ଙ୍କୁ ଅନ୍ୟ ସ୍ଥାନ କୁ ରେଫର କରନ୍ତୁ ନାହିଁ, ଲୋକେ ଯେପରି ଡାକ୍ତର ଙ୍କ ପ୍ରତି ଭରସା
କରିବେ ସେପରି ଚିକିତ୍ସା କରନ୍ତୁ ତଥା କେତେ ଡାକ୍ଟର ଅଛନ୍ତି, କେତେ କର୍ମଚାରୀ, କେତେ ନର୍ସ,କେତେ ଆମ୍ବୁଲାନ୍ସ ଅଛି, ଷ୍ଟାପ କ୍ବାଟର ଓ ଏହି ସ୍ବାସ୍ଥ୍ଯ କେନ୍ଦ୍ର ର କଣ ଆବଶ୍ଯକତା ଅଛି ତାହାର ପ୍ରପୋଜାଲ ଦେବା ପାଇଁ ମେଡିକାଲ ଇନଚାର୍ଜ ଡା ଥବିର ମେହେର ଙ୍କୁ କହିଥିଲେ, ତଥା ବିଧାୟକ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ର ସମସ୍ତ ବିଭାଗ ପରିଦର୍ଶନ କରିଥିଲେ, ରୋଗୀ ଙ୍କ ସହିତ ମିଶି ସ୍ବାସ୍ଥ୍ଯ ବିଷୟ ରେ କଥାବାର୍ତ୍ତା ହୋଇଥିଲେ ତଥା ଏସ ଏଚ ଜି ତରଫରୁ ରୋଗୀ ମାନଙ୍କୁ ଦିଆଯିବା ଖାଦ୍ୟ ର ଶୁଭାରମ୍ଭ କରିଥିଲେ ଏବଂ ଆମ ସରକାର ସବୁବେଳେ ସ୍ବାସ୍ଥ୍ଯ ର ବିକାଶ ପାଇଁ ଚେ଼ଷ୍ଟିତ ଅଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ବିଡିଓ ପୂର୍ଣାନନ୍ଦ
ପଟେଲ, ସାଂସଦ ନୋମିନି ଶ୍ରୀବତ୍ସ ବେହେରା, ବିଇଓ ଶାନ୍ତୁନୁ କୁମାର ପଢିହାରୀ, ସମ୍ବନିତ ଶିଶୁ ବିକାଶ କାର୍ଯ୍ୟାଳୟ ର ଅଧିକାରୀ, ମେଡିକାଲ କର୍ମଚାରୀ, ଅଞ୍ଚଳର ବୁଦ୍ଧି ବୁଦ୍ଧିଜିବୀ ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ପାଇଁ ଏକ ବିଶେଷଜ୍ଞ ଡାକ୍ତର ଆବଶ୍ଯକ ଥିବା କଥା କହିଥିଲେ।