-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
28-Jul-2024
ନର୍ଲା (ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ଆଜି ନର୍ଲା ସାପ୍ତାହିକ ବଜାର ରେ ଦେଖିବାକୁ ମିଲିଛି ଆଲୁର ମହଙ୍ଗା ମାଡ଼ ମୁଖ୍ୟତଃ ଆଳୁ ସମସ୍ତ ଙ୍କ ଘରେ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଭାବରେ ବ୍ୟବହାର କରିଥାନ୍ତି ବିଶେଷ କରି ଆଳୁର ଅତ୍ୟଧିକ ଚଢ଼ାଦର ର ପ୍ରଭାବ ଗରିବ ଶ୍ରେଣୀର ଲୋକଙ୍କ ହାଣ୍ଡି ଶାଳରେ ପଡୁଛି,କିଛି ଦିନ ତଳେ ପଶ୍ଚିମ ବଙ୍ଗ ରେ କୌଣସି କାରଣ କୁ ନେଇ ଧର୍ମଘଟ ହେଉଥିବା ରୁ ରାଜ୍ୟ ସରକାର ଆଳୁ ପାଈଁ ଚିନ୍ତା ପ୍ରକଟ କରିଥିଲେ କିନ୍ତୁ କାଲିଠୁ ଆଳୁ ରପ୍ତାନି ସ୍ୱାଭାବିକ ହୋଇଥିଲେ ମଧ୍ୟ କିଛି ଆଳୁ ହୋଲ ସେଲର ବ୍ୟବସାୟୀ ମାନେ ଏହାର ସୁଯୋଗ ନେଇ ତାଙ୍କ ଗୋଦାମ ରେ ମହଜୁଦ ଥିବା ଆଲୁକୁ ଚଢା ଦରରେ ଖୁଚୁରା ବ୍ୟବସାୟୀଙ୍କୁ ୧୫୦୦ ରୁ ୧୫୫୦ ଟଙ୍କାରେ ୪୫ କେଜି ବସ୍ତା କୁ ବିକ୍ରି କରାଯାଉଥିବା ଜଣେ ବ୍ୟବସାୟୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଏଣୁ ନର୍ଲା ଅଞ୍ଚଳରେ ଆଳୁର ଦର ୪୦ ରୁ ୪୫ ଟଙ୍କାରେ ଖୁଚୁରା ବ୍ୟବସାୟୀ ମାନେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ଅନ୍ୟ ପକ୍ଷରେ ଏ ନେଇ ଯୋଗାଣ ଅଧିକାରୀ ନର୍ଲା ଙ୍କୁ ପଚାରିବାରୁ ରୁପ୍ରାରୋଡ଼ ରେ କିଛି ଆଳୁ ହୋଲ ସେଲର ଙ୍କ ପାଖରୁ ଗତକାଲି ଷ୍ଟକ ଜାଞ୍ଚ ସମୟରେ କିଛି ବ୍ୟବସାୟୀ ଙ୍କ ପାଖରେ ଅଳ୍ପ ପରିମାଣ ର ଆଳୁ ଗଛିତ ଅଛି ଏବଂ ସମ୍ପୃକ୍ତ ବ୍ୟବସାୟୀ ମାନେ ଖୁଚୁରା ବ୍ୟବସାୟୀ ମାନଙ୍କୁ କିଲୋ ପିଛା ୩୭ ଟଙ୍କାରେ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି
ଏଣୁ ଗରିବ ଙ୍କ ସ୍ୱାର୍ଥ ଦୃଷ୍ଟି ରୁ ଅହେତୁକ ଆଳୁର ଦାମ ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଧ୍ୟାନଦେବା ନିମନ୍ତେ ସାଧାରଣରେ ଦାବି ହେଉଛି