-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Jul-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମପଞ୍ଚାୟତ କାର୍ଯାଲୟ ଠାରେ ସରପଞ୍ଚ ପଞ୍ଚାନନ ସାହୁଙ୍କ ଅଧକ୍ଷତାରେ ଓଡିଏଫ ପ୍ଲସ ମଡେଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଲ ବିଡିଓ ସାମି ଜୟଶ୍ରୀ ରେଡି ଯୋଗ ଦେଇ ଋଣ୍ଡିମହୁଲ ଗ୍ରାମକୁ ଓଡିଏଫ ପ୍ଲସ ମଡେଲ କିପରି ହୋଇ ପାରିବ ସେ ଉପରେ ବକ୍ତବ୍ୟ ରଖିଥିଲେ l ସମାନିତ ଅଥିତି ଭାବରେ ଡିଏସସି ଆର୍ତତ୍ରାଣ ପାଢ଼ୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ,ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, କନିଷ୍ଠଯନ୍ତ୍ରୀ ଦେଶବନ୍ଧୁ ନାୟକ,ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର,ଯୋଗ ଦେଇଥିଲେ l ଋଣ୍ଡିମହୁଲ ପୂର୍ବତନ ସରପଞ୍ଚ ଗୋପାଳ ପୁରୋହିତ, ଦଧିବାମନ ହାଇସ୍କୁଲ ସହକାରୀ ଶିକ୍ଷକ ରାଜ କୁମାର ସାହୁ ଯୋଗ ଦେଇ ତାଙ୍କର ମତ ରଖିଥିଲେ l ବୈଠକ ରେ ଏମଟିରଞ୍ଜନ କୁମାର ପାତ୍ର,ୱାର୍ଡସଭ୍ୟ,ସଭ୍ୟା,ଏମବିକେ, ସିଆର ପି, ଅଙ୍ଗନବାଡିୱାର୍କର, ଆଶାଦିଦି, ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ l ବିଆରସି ଅର୍ଜୁନ ଦାଶ ବୈଠକୁ ପରିଚାଳନା କରିଥିବାବେଳେ, ଏମ ଟି ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ l