-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ପ୍ରଫେସର ନାରାୟଣ ପୃଷେଠ୍‌ଙ୍କ ‘ମୁଦ୍ରା ଓ ଅର୍ଥନୀତି’ ପୁସ୍ତକ ଲୋକାର୍ପିତ, ଗୁଗୁଲ ସର୍ଚ୍ଚ ଓଡିଆରେ କରିବା ବ୍ୟବସ୍ଥା ହେବ: ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

17-Jul-2024



ବଲାଙ୍ଗୀର(ପ୍ରେରଣା ଖବର ): ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ବୀରେନ୍ଦ୍ର କୁମାର ଝାଙ୍କରଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ । ବରେଣ୍ୟ ଅତିଥି ଓ ବକ୍ତା ଭାବେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ପ୍ରଫେସର ଡ. ମଧୁସୂଦନ ପତି, ଶିକ୍ଷାବିତ୍ ଡ. ଗୋପବନ୍ଧୁ ରଥ ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସମ୍ବଲପୁର ଆଇଆଇଏମ୍‌ର ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ ମହାଲିଙ୍ଗ ଓଡିଶା ସରକାର ଓଡିଆ ଅସ୍ମିତାକୁ କିଭଳି ଗୁରୁତ୍ୱ ଦେଉଛନ୍ତି କହିଥିଲେ । ଓଡିଆ ଅସ୍ମିତାକୁ ନେଇ ୨୦୦ କୋଟିର ଏକ କର୍ପସ ଫଣ୍ଡ କରାଯାଇଛି । ସବୁ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ । କଲେଜ ଓ ସ୍କୁଲ ଗୁଡିକରେ ଓଡିଆ ଭାଷା, ସାହିତ୍ୟ ଓ ଅସ୍ମିତାକୁ ନେଇ ଆଲୋଚନାଚକ୍ର କରାଯିବ । ଇଂରାଜୀ, ହିନ୍ଦୀ, ତେଲଗୁ, ତାମିଲ, ମରାଠୀ, ଗୁଜରାଟି ଭାଷାରେ ଗୁଗୁଲ ସର୍ଚ୍ଚ କରାଯାଇପାରୁଛି । ମାତ୍ର ଓଡିଆରେ ଗୁଗୁଲ ସର୍ଚ୍ଚ ହୋଇପାରୁନାହିଁ । ଏହା ମଧ୍ୟ ଓଡିଆ ଅସ୍ମିତା ପ୍ରସଙ୍ଗ । ଏଣୁ ଓଡିଆ ଭାଷାରେ କିଭଳି ଗୁଗୁଲ ସର୍ଚ୍ଚ କରାଯାଇପାରିବ ସେଥିôପାଇଁ ଉଦ୍ୟମ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ । ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ସାହିତ୍ୟ ଓ ଅସ୍ମିତା ପ୍ରସଙ୍ଗରେ ବକ୍ତବ୍ୟ ରଖି ଅସ୍ମିତା ଶବ୍ଦ ସଂକୀର୍ଣ୍ଣତା ଭାବେ ବ୍ୟବହାର ହେବା ଠିକ୍ ନୁହେଁ ବୋଲି କହିଥିଲେ । ସାହିତ୍ୟି ବ୍ୟକ୍ତି ଓ ସମାଜକୁ ପ୍ରଶସ୍ତ କରିଥାଏ ବୋଲି ସେ କହିଥିଲେ । ସଭାରେ ପ୍ରଫେସର ଡ. ପତି, ପଦ୍ମଶ୍ରୀ ଗୁରୁ, ଡ. ରଥ ଓ ନାଟ୍ୟଭୂଷଣ ଶ୍ରୀ ଛୁରିଆ ପ୍ରଫେସର ପୃଷେଠ୍‌ଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଫେସର ନାରାୟଣ ପୃଷେଠ୍‌ଙ୍କ ରଚିତ ମୁଦ୍ରା ଓ ଅର୍ଥନୀତି ପୁସ୍ତକ ଏବଂ ଏକ ସ୍ମୃତିଅର୍ଘ୍ୟକୁ ଅତିଥି ମାନେ ଲୋକାର୍ପିତ କରିଥିଲେ । ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଲୋକାର୍ପିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସୁନୀଲ ମହାନ୍ତି, ପ୍ରଶାନ୍ତ ମହାକୁର ଓ ରଞ୍ଜିତ ମିଶ୍ର ସହଯୋଗ କରିଥିଲେ । ଶେଷରେ କବି ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟକାର ସନାତନ ଠାକୁର, କବି ଭାଗିରଥି ମିଶ୍ର, ସୁଶାନ୍ତ ବାଗ, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, ମନୋରଞ୍ଜନ ସାହୁ, ମଧୁସୂଦନ ଦାଶ, ଚନ୍ଦ୍ରଭାନୁ ମୌଲାନା, ପ୍ରସନ୍ନ ମିଶ୍ର, ମଧୁସୂଦନ ନାୟକ, ମଳୟ ଦିଶ୍ରୀ, ଜୟକୁମାର ଆଚାର୍ଯ୍ୟ, ଆନନ୍ଦ ବଡପଣ୍ଡା, କୁଳମଣି ସାହୁ,

ନବୀନ ନାଏକ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ପ୍ରଭାସ ପାଣିଗ୍ରାହୀ, ଅଖିଳ ଚନ୍ଦ୍ର ହୋତା, ବ୍ୟାସଦେବ ନନ୍ଦ, ସଞ୍ଜୀବ ନାଏକ, ଶ୍ରୀକାନ୍ତ ଶର୍ମା, ଗୋପାଳ ପ୍ରଧାନ, ଅରୁଣ ମିଶ୍ର, ଯୁଧିଷ୍ଠିର ମେହେର, ଶେଖ୍ ୱାହିଦ୍‌, ବିଜୟ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବାସୁଦେବ ସା, ସୁରେନ୍ଦ୍ର ନେଗୀ, ଶୁଭ୍ରାଂଶୁ ଶେଖର ପଣ୍ଡା, ରଘୁନନ୍ଦନ ସିଂ, କିଶୋର ମିଶ୍ର, ସୋମନାଥ ମିଶ୍ର, ବିନୋଦ କାଲସାଏ, ଅଭିଳାଷ ମେହେର ଓ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like