-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ନକଟିଦେଉଳ (କନ୍ଦର୍ପ ବେହେରା )ନାକଟିଦେଉଳ ବନବିଭାଗ ଦ୍ଵାରା ଏକ ଆହତ ହରିଣ ଉଦ୍ଧାର କରାଯାଇଛି l ହରିଣଟି ଜଙ୍ଗଲ ରୁ ଗାଁ ଆଡକୁ ଚାଲି ଆସିଥିବା ବେଳେ କୁକୁରଙ୍କ ହାବୁଡ଼ରେ ପଡିଯାଇଥିଲା l କୁକୁର ମାନେ ଆକ୍ରମଣ କରିବାରୁ ହରିଣଟି ଜୀବନ ବିକଳରେ ସ୍ଥାନୀୟ ତହସିଲ ଅଫିସ ଭିତରକୁ ପଶିଯାଇଥିଲା l ଖବର ପାଇ ବନବିଭାଗ କର୍ମଚାରୀମାନେ ଆହତ ହରିଣକୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା କରୁଥିବା ଜଣା ପଡିଛି l ତେବେ ଆହତ ହରିଣଟି ଆନୁମାନିକ ବୟସ ଛଅ ବର୍ଷ ହେବ ବୋଲି ବନବିଭାଗ ପ୍ରକାଶ କରିଛି l