-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ବୋଡ଼େନ (ରାମନାଥ ପଣ୍ଡା )
ରାଜ୍ୟସାରା ବନମହୋତ୍ସବ ସପ୍ତାହ ପାଳିତ ହେଉଥିବା ବେଳେ ଆଜି ବୋଡ଼େନ ବ୍ଲକ ରୋକାଲ ପଞ୍ଚାୟତରେ ମିଶନ ଶକ୍ତି କ୍ୟାଡ଼ର ମାନଙ୍କ ଦ୍ବାରା ମହିଳା ମାନଙ୍କୁ ଚାରା ବଣ୍ଟନ କରିବା ଦେଖିବାକୁ ମିଳିଥିଲା ।ପଞ୍ଚାୟତର ତାରାପୁର ଗ୍ରାମରେ ଏମ ବି କେ ଇନ୍ଦିରା ବାଗଙ୍କ ସହଯୋଗକ୍ରମେ ସି ଆର୍ ପି ମିନତୀ ଠାକୁର ଓ ରିନି ପଣ୍ଡାଙ୍କ ମାଧ୍ୟମରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଜଣ ପିଛା ୫ ଟି ଲେଖାଏଁ ବୃକ୍ଷ ରୋପଣ ନିମନ୍ତେ ଚାରା ବଣ୍ଟନ କରିଥିଲେ । ଚାରା ମାନଙ୍କ ମଧ୍ୟରେ ରହିଛିପଣସ,କାଜୁ,ସଜନା,କରମଙ୍ଗା,ଡାଳିମ୍ବ ଓ ଅନ୍ୟାନ୍ୟ ଗଛ । ପାଣିପାଗରେ ଅନିୟମିତତା, ଅତ୍ୟଧିକ ତାପମାତ୍ରା ବୃଦ୍ଧି, ବିଶୁଦ୍ଧ ଜଳବାୟୁ ର କାରଣ ଜଙ୍ଗଲ କ୍ଷୟ ।ତେଣୁ ସମସ୍ତେ ଜଙ୍ଗଲ ବୃଦ୍ଧି କରିବା ଓ ସମାଜକୁ ସୁରକ୍ଷା ଦିଗରେ ଆଗେଇ ନେବା ବୋଲି ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି ।