-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ବୋଡ଼େନ - (ରାମନାଥ ପଣ୍ଡା )
ଭାରତ ସରକାରଙ୍କ ନୂଆ ମିଶନ ୨୦୪୭ ସୁଦ୍ଧା ଭାରତକୁ ସିକିଲ୍ ସେଲ ଏନିମିଆ ବା ରକ୍ତ ହିନତାରୁ ମୁକ୍ତ କରିବା ।ଏହାର ଲକ୍ଷ୍ୟ ହେଉଛି ୦ ରୁ ୪୦ ବର୍ଷର ସାତ କୋଟି ଲୋକଙ୍କୁ ଯାଞ୍ଚ କରି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଚେଷ୍ଟାରେ ଚିହ୍ନିତ ରୋଗୀଙ୍କୁ ସେବା ଏବଂ ଚିକିତ୍ସା ଯୋଗାଇବା।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଓ ଲୋକଙ୍କୁ ସଚେତନ କରିବା ନିମନ୍ତେ ବୋଡ଼େନ ବ୍ଲକର ରୋକାଲ ସରପଂଚ ଠାକୁର ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ଅଧ୍ୟକ୍ଷତାରେ ଆଜି ରୋକାଲ ପଞ୍ଚାୟତରେ ଅନୁଷ୍ଠିତ ସଭାରେ ସ୍ବାସ୍ଥ୍ୟ କର୍ମୀ ସୁନିଲ କୁମାର ଅଗସ୍ତି, ଶିଶୁ ବିକାଶ ପ୍ରକଳ୍ପ ସେକ୍ଟର ସୁପରଭାଇଜର ଅହଲ୍ୟା ଜଗତ,ପି ଇ ଓ ବାବୁଜୀ ମାଝୀ, ଜି ଆର୍ ଏସ ଗୋପାଳ ଦାଶ,ସାମ୍ବାଦିକ ରାମନାଥ ପଣ୍ଡା ମଞ୍ଚାସିନ ଥିଲେ । ସମସ୍ତ ଅଧିକାରୀ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରିବା ଏବଂ ଭାରତକୁ ରକ୍ତହୀନତାରୁ ମୁକ୍ତ କରିବାକୁ ଆହ୍ବାନ କରିଥିବାବେଳେ ସ୍ବାସ୍ଥ୍ୟ କର୍ମୀ ସୁନିଲ ଅଗସ୍ତି ସିକିଲ ସେଲ କିପରି ରୋଗ ଅଟେ ?,ଏହି ରୋଗ କେମିତି ହୋଇଥାଏ ,ଏହାର ଲକ୍ଷଣ ସବୁ କିପରି ଜଣା ପଡ଼େ ?,ଏହି ରୋଗର ଉପଚାର କିପରି କରାଯିବ,କେଉଁମାନଙ୍କ ପାଖରେ ଏହା ବେଶୀ ଦେଖାଦିଏ,ଲୋକ ଡରିବେ ନାହିଁ,ନିରାକରଣ ପାଇଁ ଚିକିତ୍ସା କରାଇବେ, ଜନ ସଚେତନତା ସୃଷ୍ଟି କରିବା ଅତି ଜରୁରୀ ଅଟେ ବୋଲି ବିସ୍ତୃତ ଭାବରେ ବୁଝାଇଥିଲେ ।ଏହି ସଚେତନତା ଶିବିରରେ ଏମ ବି କେ ଇନ୍ଦିରା ବାଗ,ଜି ପି ଏଲ ଏଫ୍ ସଭାନେତ୍ରୀ ଲୋଚନେ ସଲମା ଓ ସମ୍ପାଦିକା ପୁନମ ଦୂର୍ଗା,ସି ଆର୍ ପି, କୃଷି ମିତ୍ର,ପ୍ରାଣୀ ମିତ୍ର, ଇ ସି ମେମ୍ବର,ଆଶା କର୍ମୀ ,ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।ଯୋଗାଣ ସହାୟକ ପ୍ରେମ ସିଂ ଶବର, ପଞ୍ଚାୟତ ପିଅନ ନବ ଶବର ଓ ଏ ସି ଏମ ହେରାମ୍ବ ଗୌଡ଼ ଆୟୋଜନରେ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ ପି ଇ ଓ ବାବୁଜୀ ମାଝୀଙ୍କ ଦ୍ଵାରା ହୋଇଥିଲା ।