-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ପଦ୍ମପୁର: (ପ୍ରେରଣା ଖବର )
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ତା.୨୬/୦୬/୨୪ ସନ୍ଧ୍ୟା ସମୟରେ ଉଦଘାଟିତ ହୋଇ । ଆଜି ଉଦଯାପିତ ହୋଇଯାଇଛି । ତା.୨୮/୦୬/୨୪ ରିଖ ରେ ଶ୍ରୀ ସୁନିଲ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଓ ଶ୍ରୀ ହରିହର ସାହୁ ସନ୍ଧ୍ୟା କାଳାଂଶ ରେ ଅତିଥି ଭାବରେ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଃ ଙ୍କ ବିଷୟରେ ପ୍ରବଚନ ଦେଇ ଥିଲେ ।ତା:୨୯/୦୬/୨୪ ରିଖ ପ୍ରାତଃ କାଳାଂଶ ରେ ନାଟ୍ୟକାର ଶ୍ରୀ କେଶ ରଂଜନ ପଧାନ ଓ ଭାରତ ବିକାଶ ପରିଷଦ ର ଶ୍ରୀ ଜୟନାରାୟଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ । ସମୋରୋପ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଏ.ବି.ଇ.ଓ ରାଜ ବୋରାସମ୍ବର ବ୍ଳକ ଶ୍ରୀ ଶିବପ୍ରସାଦ ଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପାର୍ଚ୍ଚନା କରିଥିଲେ ।ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ଶ୍ରୀ ଭକ୍ତ ଚରଣ ସାହୁ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ଭାରତୀୟ ଚିନ୍ତନ ଆଧାରରେ ଆଚାର୍ଯ୍ୟ ଜୀବନ ଶୈଳୀ ବିଷୟରେ ଆଲୋଚନା କରିଥିଲେ ।
ସଂକୁଳ ସଂଯୋଜକ ଶ୍ରୀ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଙ୍କୁ ଉପଢୌକନ ଦେଇ ସମ୍ମୁନୀତ କରାଯାଇଥିଲା ।
ସଂକୁଳ ପ୍ରମୁଖ ଶ୍ରୀ ଦ୍ୱାଦଶ କୁମାର ପଧାନ କାର୍ଯ୍ୟଶାଳା ର ବୃତ୍ତ କଥନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସଭାପତି ଶ୍ରୀ ପୃଥିରାଜ ସାହୁ, ପୂର୍ବତନ ଛାତ୍ର ଶ୍ରୀ ଆଶିଷ କୁମାର ବଂଶଲ ,ଜିଲ୍ଲା ସହ ପ୍ରମୁଖ ଶ୍ରୀ ମନୋଜ କୁମାର ପଣ୍ଡା, ପଦ୍ମପୁର ସଂଘ ଚାଲକ ଶ୍ରୀ ରୋହିତ କୁମାର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ।ସମ୍ପାଦକ ଶ୍ରୀ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ମାତୃ ଭାରତୀ ର ସଭ୍ୟା ବୃନ୍ଦ ମଧ୍ୟ ଉପସ୍ଥିତ ରହି ଥିଲେ ।ଏହି କାର୍ଯ୍ୟଶାଳା ଟିରେ ସଂକୁଳ ଅନ୍ତର୍ଗତ ୯ ଟି ଶିଶୁ ମନ୍ଦିର ରୁ ୧୪୦ଜଣ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରି ଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।