-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Jun-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା କଲେଜ ରେ ଜାତୀୟ ସେବା ଯୋଜନା ତରଫରୁ ବିଶ୍ୱ ସିକିଲସେଲ ସଚେତନତା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜୁନ ୧୯ ରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର, ପ୍ରାଧ୍ୟାପକ ସନ୍ତୋଷ କୁମାର ମେହେର ଏବଂ ଅଧ୍ୟାପିକା ଶାନ୍ତିପ୍ରିୟା ହୋତା ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ପ୍ରାଧ୍ୟାପକ ସନ୍ତୋଷ କୁମାର ଦାସ, ଜଗନ୍ନାଥ ମହାପାତ୍ର, ପ୍ରାଧ୍ୟାପିକା ତୃପ୍ତିମୟୀ ନାୟକ, ଅନିତା ହୋତା, ଅଧ୍ୟାପିକା ସୁନନ୍ଦାରାଣୀ ମହାପାତ୍ର, ସରିତା ସାହୁ, ଅଧ୍ୟାପକ ଜଳନ୍ଧର ମାଝୀ, ହିମାଂଶୁ ମହାକୁର ଏବଂ ରାମଚନ୍ଦ୍ର ବଗର୍ତ୍ତୀ ଙ୍କ ତତ୍ୱାବଧାନ ରେ ଉକ୍ତ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା l ପ୍ରାଧ୍ୟାପକ ଅନୁପ ଖମାରୀ ଏବଂ ଏନଏସଏସ ପ୍ରୋଗ୍ରାମ ଅଫିସର ଜଗମୋହନ ଦର୍ଜୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l