-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
19-Jun-2024
ବଲାଙ୍ଗିର(ପ୍ରେରଣା ଖବର ): ଗତ ଜୁନ୍ ୧୬ତାରିଖରେ କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୂଲ୍ୟରେ ଶ୍ରୀ ରାମଚନ୍ଦ୍ର ଭବନ କଟକ ଠାରେ ରାଜ୍ଯସ୍ତରୀୟ ବସୁମତୀ ସ୍ନାନ ସାରସ୍ବତ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବଲାଙ୍ଗିର ବରପାଲି ପଡାର ବିଶିଷ୍ଟ କବି ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ରାଜ୍ଯସ୍ତରୀୟ ବସୁମତୀ ମାଆ ସମ୍ମାନ ୨୦୨୪ ପ୍ରଦାନ କରିଛନ୍ତି। ଡଃ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଭା ସଞ୍ଚାଳନ ଓ ଶ୍ରୀମତୀ ବିଜୟାଲକ୍ଷ୍ମୀ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ହେମନ୍ତ କୁମାର ଜେନା, ମୁଖ୍ୟବକ୍ତା ରାଖାଲ ଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ବିପିନ ବିହାରୀ ବାରିକ, ବିଶ୍ବଜିତ ସୂର୍ଯ୍ୟବଂଶୀ, ଡଃ ଦିପାୟନ ପଟ୍ଟନାୟକ, ଡଃ ସେହ୍ନାଶ୍ରୀ ସ୍ବାଇଁ, ବିପିନ ଦଲାଇ, ଲଲିତେନ୍ଦୁ ପଲାଉରି, ସୁଭାଷ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଶ୍ରୀ ପଣ୍ଡିଆଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଖବର ପ୍ରସାରିତ ହେବାପରେ ନିଷାନ୍ ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ, ସଭାପତି ଶ୍ଯାମ ସୁନ୍ଦର ପ୍ରଧାନ, ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ତଥା ଶତାଧିକ କବି କବୟିତ୍ରୀ ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।