-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
19-Jun-2024
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ତହସିଲର ଡଇଁଚା ରାଜସ୍ବ ନିରୀକ୍ଷକ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି l ସୂଚନା ଅନୁସାରେ ଡଇଁଚା ରାଜସ୍ବ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ମନୋଜ କୁମାର ମହାନନ୍ଦ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରୁ ତାଙ୍କ ସପକ୍ଷରେ ROR (ଜମିପଟ୍ଟା) ପ୍ରଦାନ ପାଇଁ ଏକ ମ୍ୟୁଟେସନ କେଶରେ ତହସିଲଦାର ଙ୍କୁ ଅନୁସନ୍ଧାନ ରିପୋର୍ଟ ପଠାଇବାକୁ ରାଜସ୍ବ ନିରୀକ୍ଷକ 10 ହଜାର ଟଙ୍କା ଦାବୀ କରିଥିଲେ l ତେବେ ଏନେଇ ସ୍ଥାନୀୟ ବ୍ୟକ୍ତି ଜଣକ ସମ୍ବଲପୁର ଭିଜଲାନ୍ସ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ l ପରେ ଭିଜଲାନ୍ସ କାର୍ଯ୍ୟାଳୟ ର ଯୋଜନା ମୁତାବକ ଅଭିଯୋଗ କାରୀ ବ୍ୟକ୍ତି ଜଣକ ନଗଦ 10 ହଜାର ଟଙ୍କା ନେଇ ରାଜସ୍ବ ନିରୀକ୍ଷକ ଙ୍କୁ ଦେବା ପରେ ରାଜସ୍ବ ନିରୀକ୍ଷକ ଟଙ୍କା ନେଇଥିଲେ l ଏହି ସମୟରେ ପୂର୍ବ ଯୋଜନା ମୁତାବକ ସମ୍ବଲପୁର ଭିଜଲାନ୍ସ କାର୍ଯ୍ୟାଳୟ ର ଏକ ଟିମ ନଗଦ ଟଙ୍କା ସହ ରାଜସ୍ବ ନିରୀକ୍ଷକ ଙ୍କୁ ମାଡି ବସିଥିଲା l ଏଥିସହ ଲାଞ୍ଚ ଟଙ୍କା କୁ ଜବତ କରି ରାଜସ୍ବ ନିରୀକ୍ଷକ ଙ୍କୁ ଗିରଫ କରି ସମ୍ବଲପୁର ଭିଜଲାନ୍ସ କାର୍ଯ୍ୟାଳୟ କୁ ଅଣାଯାଇ ଅଧିକ ତଦନ୍ତ ଜାରି ରଖିଛି l ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମନୋଜ କୁମାର ମହାନନ୍ଦ ଜମନକିରା ଆରଆଇ ଥିବା ବେଳେ ଲାଞ୍ଚ ନେବା ଅଭିଯୋଗ ରେ ଗିରଫ ହୋଇ ସାରିଛନ୍ତି l ତେବେ ଆଜି ପୁଣି ଥରେ ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କର ୨ ଗୋଟି ସ୍ଥାନରେ ଏକ କାଳୀନ ସମୟରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ନେଇ ସୂଚନା ମିଳିଛି l