-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

କେବୁଲ ମରାମତିବେଳେ ବିତ୍ୟୁତ ସଂସ୍ପର୍ଷରେ ଆସି ଟାଟାପାୱାର କମ୍ପାନୀର ଠିକାକର୍ମଚାରୀ ମୃତ କ୍ଷତିପୂରଣ ଦାବିରେ ପରିବାରବର୍ଗ ଓ କର୍ମଚାରୀଙ୍କ ଧାରଣା

03-Jun-2024



ବଲାଙ୍ଗୀର (ପ୍ରେରଣା ଖବର ): ବଲାଙ୍ଗୀର ସହରର ରୁଗୁଡିପଡାରେ ଏକ ଲାଇନକେବୁଲ ମରାମତି ବେଳେ ବିତ୍ୟୁତ ସଂସ୍ପର୍ଷରେ ଆଜି ଜଣେ ଠିକାକର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ କର୍ମଚାରୀ ଜଣକ ମେହେରମୁଣ୍ଡା ଗ୍ରାମର ଅନୁପ ସିଂ(୨୮) ବୋଲି ଜଣାଯାଇଛି । ଘଟଣାକୁ ନେଇ ସହରରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଦାବିରେ ମେହେରମୁଣ୍ଡା ଗ୍ରାମବାସୀ ଓ ଠିକାକର୍ମଚାରୀ କଚେରୀଛକରେ ଦୀର୍ଘସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ପରେ ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଅଶିଷ ପଣ୍ଡା ତାଙ୍କ ସହ ଯୋଗୀ ଅଧିକାରୀମାନଙ୍କ ସହିତ ଆସି ଆଲୋଚନା କଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ନଗତ ଦେଇ କ୍ଷତିପୂରଣ ବାବଦକୁ ପରେ ୧୫ଲକ୍ଷ ଟଙ୍କା ସହିତ କମ୍ପାନୀର ବୀମାଇତ୍ୟାଦି ଦିଆଯିବ ବୋଲି ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଟାଉନଥାନାରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇ ଶବର ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ଆଜି ସଂଧ୍ୟାରେ ରୁଗୁଡିପଡାର ବିଦ୍ୟୁତ ସରବରାହରେ ବ୍ୟତିକ୍ରମ ଥିବା ନେଇ ଅଭିଯୋଗ ଆସିଥିଲା । ସାଥିମାନଙ୍କ ସହିତ ଅନୁପ ସିଂ ଯାଇ ବିତ୍ୟୁ ଖମ୍ବକୁ ଚଢି କେବୁଲ ସଜାଡୁଥିଲେ । ଦୁଃର୍ଭାଗ୍ୟ ବଶତଃ ତାଙ୍କ ହାତରେ ୧୧କେଭି ତାର ଲାଗିଯାଇଥିଲା । ଫଳରେ ସେ ବିଦ୍ୟୁତ ଖମ୍ବରୁ ତଳକୁ ପଡିଯାଇଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କୁଆଡେ ସେ ସର୍ଟଡାଉନ କରି କାମ କରୁଥିବା ବେଳେ କେହି ବିଦ୍ୟୁତ ଦେଇଦେଇଥିବା ଆଲୋଚନା ହେଉଛି । ଆଉ କିଛି ଲୋକ ବିଦ୍ୟୁତ ଖମ୍ବରୁ ଘରକୁ ଯାଇଥିବା ଡୋମେଷ୍ଟିକ ତାରରେ ଅସୁବିଧା ଥିଲା ତାକୁ ସଜାଡିବାକୁ କୌଣସି ସର୍ଟଡାଉନ କରାଯାଇନଥିଲା । ସେହି କାରଣରୁ କୌଣସି ପ୍ରକାରେ ତାଙ୍କ ଦେହରେ ତାର ଲାଗିଯାଇଥିଲା ଓ ଦୁର୍ଘଟଣା ଘଟିଥିଲା । ତେବେ ଏହି ଘଟଣା ପରେ ଅନେକଥର ଫୋନକଲ ପାଇ ସୁଦ୍ଧା ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳୁକୁ ଆସିନଥିଲେ । ତେଣୁ କର୍ମଚାରୀମାନଙ୍କ ତଥା ମେହେରମୁଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ଉତ୍ତେଜନା ପ୍ରକାଶ ପାଇଥିଲା । ଠିକାକର୍ମଚାରୀ ମାନେ ଅନୁପ ମୃତ୍ୟୁର କ୍ଷତିପୂରଣ ଦାବିରେ ଶବକୁ ଧରି କଚେରୀଛକରେ ଧାରଣାରେ ବସିଥିଲେ । ପରେ ଆଇଆଇସି ବିଶ୍ୱଜିତ ମନବୋଧଙ୍କ ହସ୍ତକ୍ଷେପ ପରେ ବିତ୍ୟୁତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଆଶିଷ ପଣ୍ଡା ତାଙ୍କ ନିର୍ବାହୀଯନ୍ତ୍ରୀ,ଏସଡିଓ,କନିଷ୍ଠଯନ୍ତ୍ରୀ ପ୍ରମୁଖଙ୍କୁ ଧରି ଧାରଣାସ୍ଥଳୁକୁ ପହଞ୍ଚି ଆଲୋଚନା କରିଥିଲେ । ମୃତକର ପରିବାରକୁ ନଗତ ୧ଲକ୍ଷ ଟଙ୍କା ଦିଆଯାଇଥିଲା ଓ ପରେ କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଓ ବୀମାଇତ୍ୟାଦିର ଅର୍ଥରାଶି ପାଇବେ ବୋଲି ପ୍ରତିଶୃତି ଦିଆଯାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ରାତି ୯.୩୦ରେ ପୋଷ୍ଟମର୍ଟମ କରାଯାଇ ଶବକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଖବର ନେବାରୁ ଜଣାଯାଇଛି ଯେ,ରାଜ୍ୟସରକାରଙ୍କ ପାଖରୁ ବିତ୍ୟୁତ ବଣ୍ଟନ ଓ ମେଣ୍ଟେନାନ୍ସ କାମ ଟାଟାପାୱାର କମ୍ପାନୀ ନେଇଛି । କିନ୍ତୁ ଟାଟାପାୱାର ପୁଣି ମେଣ୍ଟେନାନ୍ସ କାମ ଆଉ ଏକ ଠିକାସଂସ୍ଥା ସୂର୍ଯ୍ୟା କମ୍ପାନୀକୁ ଦେଇଛି । ସେହି ସୂର୍ଯ୍ୟାକମ୍ପାନୀ ଅଧିନରେ ଠିକାକର୍ମଚାରୀମାନେ କାମ କରୁଛନ୍ତି । ଏହି କର୍ମଚାରୀମାନଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାଫଳରେ ବହୁ ସମୟରେ ଠିକାକର୍ମଚାରୀମାନେ ମୃତ୍ୟୁବରଣ କରୁଛନ୍ତି । ଏଦିଗରେ ମଧ୍ୟ କମ୍ପାନୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like