-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-May-2024
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସ୍ଥିତ କ୍ରିପାଳ ଫିଟନେସ୍ କୁ ମିଳିଛି ସଫଳତା ।ଦୁଇ ସ୍ୱର୍ଣ୍ଣମେଡାଲସହ ୧୮ଗୋଟି ମେଡାଲ ଜିତି ଜିଲ୍ଲାପାଇଁ ଆଣିଛନ୍ତି ଗୈାରବ । ସୁରଟର ଗୁଜୁରାଟ ଠାରେ ଅଷ୍ଟ୍ରେଲିଆନ ଫେଡେରେସନ ଆଇସିଏନ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର ଏହି ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବୀରମହାରାଜପୁରର କ୍ରିପାଲ ଫିଟନେସର ୧୮ଜଣ ସଦସ୍ୟ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଗୋଟି ସ୍ୱର୍ଣ୍ଣ,ନଅ ଗୋଟି ରୈାପ୍ୟ,ସାତ ଗୋଟି ତାମ୍ବ୍ର ଫଳକ ଜିଣିବାସହ ଜାତୀୟ ସ୍ତରର ଖେଳାଳୀ ଭାବେ ମନୋନିତ ହୋଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ତରରେ ବୀରମହାରାଜପୁର କ୍ରିପାଲ ଫିଟନେସର ଏହି ସମସ୍ତ ଖେଳାଳି ଖେଳିବାର ସୁଯୋଗ ପାଇବେ ।