-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
13-May-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ଏତଲା ଦେଇଛନ୍ତି।ଶ୍ରୀ ଭତ୍ରା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଦେଉଳକୋନା ଗାଁର ୨୦୪ ନମ୍ବର ବୁଥ୍ରେ ଅନିୟମିତତା ହେଉଥିବା ତଥା ବୁଥ୍ କ୍ୟାପଚରିଂ ପାଇଁ ପ୍ରୟାସ କରାଯାଉଥିବା କଥା ଶୁଣି ସେ ସେଠାକୁ ଯାଇଥିଲେ।ସେହି ସମୟରେ ଦୁର୍ବୃତ୍ତମାନେ ବିଜୁ ଜନତା ଦଳ ଜିନ୍ଦାବାଦ କହି ତାଙ୍କ ବିଧାନସଭା ପ୍ରାର୍ଥୀ ପରିଚୟ ପତ୍ର ଓ ସେ ପିନ୍ଧିଥିବା ସୁନା ଚେନ୍କୁ ଟାଣି ନେଇଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ତାଙ୍କ ବେକକୁ ଚିପି ଜୀବନରେ ମାରି ଦେବା ପାଇଁ ପ୍ରୟାସ କରିଥିଲେ।ଏହି ଘଟଣାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ ପାତ୍ର ଦୃଢ ନିନ୍ଦା କରିଛନ୍ତି।