-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
12-May-2024
( ଡୋଲୋଶ୍ଵର ଵାଗ )
ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ ନିର୍ବାଚନ କର୍ମଚାରୀ ବୁଥ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ୩୦୨ ଗୋଟି ବୁଥ ପାଇଁ ନିର୍ବାଚନ ନିୟୋଜିତ ହୋଇଥିବା କର୍ମଚାରୀ ଙ୍କୁ ତାଙ୍କ ମତଦାନ କେନ୍ଦ୍ର କୁ ପଠା ଯାଇଥିବା ବେଳେ ସଫଳତା ସହ ମତଦାନ କେନ୍ଦ୍ର ରେ ପହଞ୍ଚିବା ନେଇ ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରକାଶ କରିଛନ୍ତି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ୨୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ନିର୍ବାଚନ କର୍ମ କର୍ମଚାରି ମାନେ ତାଙ୍କ ବୁଥ କୁ ପଠାଇବା ବ୍ୟବସ୍ଥା କରାଯାଇଅଛି। ନିର୍ବାଚନ କର୍ମଚାରୀ ମାନଙ୍କୁ ବସ , ବିଲେରୋ ଏବଂ କେତେକ ସ୍ଥାନ ରେ ହେଲିକପ୍ଟର ଦ୍ବାରା ବୁଥ କୁ ନିର୍ବାଚନ କର୍ମଚାରୀ ଙ୍କୁ ପଠାଇବା ବ୍ୟବସ୍ଥା ରହିଅଛି। ସ୍ବତନ୍ତ୍ର ହେଲିେପ୍ଟରରେ ମାଓ ପ୍ରବଣ ଅଞ୍ଚଳ ର ପାଞ୍ଚ ଗୋଟି ବୁଥ ରେ ନିର୍ବାଚନ କର୍ମଚାରୀ ଙ୍କୁ ଛାଡି ଥିବା ଜଣାପଡିଛି। ଦୁଇ ଥର ହେଲିକପ୍ଟର ଦ୍ବାରା ନିର୍ବାଚନ କର୍ମଚାରୀ ଙ୍କୁ ଚାଡ଼ିବା ବ୍ୟବସ୍ଥା କରିଛନ୍ତି। ସୁନାବେଡ଼ା ଏବଂ ପାଟଧରା କୁ ହେଲିକପ୍ଟର ଦ୍ବାରା ନିର୍ବାଚନ କର୍ମଚାରୀ, ଇଭିଏମ, ଭିଭୀ ପେଡ, ସାମଗ୍ରୀ ନେଇ ଯାଇଛନ୍ତି।