-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-May-2024
ସିନ୍ଧେକେଲା,(ଦୀନେଶ ଜୈନ ) କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନର ଜଣେ ନିଃସ୍ୱାର୍ଥପର , ବିନା ଅର୍ଥ ଲାଭ ସୌକିନ ନେତା ତଥା ସିନ୍ଧେକେଲା ବଣିକ ସଂଘର ସଭାପତି ସୁବାଷ ଜୈନ ଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବାରୁ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିଜେଡି ପ୍ରମୁଖ ନେତା ଭି.କେ ପାଣ୍ଡିଆନ , ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ , କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମୋହମ୍ମଦ ଆୟୁବ ଖାଁ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଆଗ ରୁ ରାଜ୍ୟସଭା ସାଂସଦଙ୍କ ରୋଗୀ କଲ୍ୟାଣ ବିଭାଗ ପ୍ରତିନିଧି ମଧ୍ୟ ଅଛନ୍ତି । ଶ୍ରୀ ଜୈନ ଙ୍କ ନୂଆ ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁ , ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି