-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପ୍ରତିଶୁତି ଓ ପ୍ରତାରଣା ଆଉ ଚଳିବନି - ଲୋକେ ବୁଝି ଗଲେଣି- ଆଉ ଏଥର ପରିବର୍ତ୍ତନ ମୁହାଁ ହେଲେଣି*- - *ସ୍ବାଧିନ ପ୍ରାର୍ଥୀ ସୋନାଲି ବିଶି*

08-May-2024



ସୋନପୁର  (ମନୋରଞ୍ଜନ ତ୍ରିପାଠୀ ) ଅତ୍ୟାଧୁନିକ ମେଡ଼ିକାଲ ନିର୍ମାଣ ରେ  ସୁବର୍ଣ୍ଣପୁର ନୂଆଁ ମୁଖ୍ୟ ଡ଼ାକ୍ତର ଖାନା  ଓଡ଼ିଶା ରେ ଏକ ନମ୍ବର l  ପ୍ରତ୍ୟେକ ବିଭାଗ ରେ ଡ଼ାକ୍ତର ଅଭାବ ରେ ବି ଏକ ନମ୍ବର l ପ୍ରତ୍ୟହ ବୁର୍ଲା ତଥା ଅନ୍ୟତ୍ର ବଡ ମେଡ଼ିକାଲ କୁ ଏଠୁ ରୋଗୀ ଙ୍କୁ ରେଫର  କରିବାରେ ଓ  ରୋଗୀ ଓ ସହାୟକ  ଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଅଭାବ ରେ , ପିଇବା ପାଣି ଅଭାବ ରେ ବି ଏକ ନମ୍ବର l ଏଠି ସୁରକ୍ଷା ବ୍ୟବସ୍ଥା ବି ଢିଲା ଆଜି ଯାଏ ସି ସି ଟି ଭି କ୍ୟାମେରା ଲାଗି ପାରି ନ ଥିବାରୁ ପ୍ରତ୍ୟହ ଷ୍ଟାଣ୍ଡ ରୁ ସାଇକଲ ଓ ବାଇକ୍ ଚୋରୀ ଘଟଣା ଓ ଲାଇନ ଗଲେ ଲିଫ୍ଟ ରେ ଫସି ରହୁ ଥିବା ଘଟଣା ସାମନା କୁ ଆସୁଛି l ଯାହାକି ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ପୁରୁଖା ଏମିପି ଓ ବିଏମ୍ ପୁର ବିଧାୟକ ପଦ୍ମ ନାଭ ବେହେରା ଙ୍କ ଜିଲ୍ଲା ରେ ସୋନପୁର ର ପୁରୁଣା ହସ୍ପିଟାଲ ରେ ଆରମ୍ଭ ହୋଇଥିବା ଅର୍ବାନ ମେଡ଼ିକାଲ ସ୍ଥିତି ଓ ତରଭା, ବିନିକା ମେଡିକାଲ୍ , ସୋନପୁର ର ନୂଆଁ ମୋଡେଲ ମେଡ଼ିକାଲ ର ଏଇ ବିକଳ ଚିତ୍ର  ଦୁଃଖ ଓ ପରିତାପ ର ବିଷୟ ବୋଲି  ସୋନପୁର ବାବା ରେଷ୍ଟୁରାଣ୍ଟ ରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀ ରେ ନବ ନିର୍ମାଣ କୃଷକ ସଂଗଠନ ସମର୍ଥିତ ସ୍ବାଧିନ ପ୍ରାର୍ଥୀ ସାହାସିକ ତଥା ପ୍ରଥମ ମହିଳା ଉଚ୍ଚ ଶିକ୍ଷିତା ସୋନାଲି ବିଶି ପ୍ରକାଶ କରିଛନ୍ତି l ସେ ଆହୁରି କହିଛନ୍ତି ଯେ ସୋନପୁର ର ଏକ ମାତ୍ର ସର୍ଵ ପୁରାତନ କଲେଜ ର ସରକାରୀ କରଣ, ସର୍ବ ପୁରାତନ ଅଙ୍ଗ କେନାଲ ର ସମ୍ପ୍ରସାରଣ, ରିଙ୍ଗ ରୋଡ ର ସମ୍ପୂର୍ଣ୍ଣ କରଣ, ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପାନୁଷ୍ଠାନ ସୂତା କଳ ର ପୁନରୁଦ୍ଧାର , ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଓ ଦାଦନ ଶ୍ରମିକ ସମସ୍ୟା ସମାଧାନ, ବେକାରୀ ସମସ୍ୟାର ସମାଧାନ, କଟନି ଛଟନି , ଧାନ ଦର ବୃଦ୍ଧି ଓ ଚିରା ଚରିତ ମଣ୍ଡି ସମସ୍ୟା ସମାଧାନ , ପ୍ରତିଶୁତି ଦେଇଥିବା କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା, ନୂତନ ମୋଡେଲ ବସ୍ ଷ୍ଟାଣ୍ଡ ନିର୍ମାଣ କରିବାରେ ଏବଂ ଚାରି ପାଖେ ନଦୀ ଗୁଡ଼ିକ ଥାଇ ଜଳ ସେଚନ ସମସ୍ୟା ସମାଧାନ କରିବା ରେ ସମ୍ପୂର୍ଣ ବିଫଳ ହୋଇଛନ୍ତି l ଆଉ ଗୋଟେ ପରେ ଗୋଟେ ନିର୍ବାଚନ ବେଳେ ପ୍ରତାରଣା କରି ଚାଲିଛନ୍ତି ଏଇ ପାୱାର ଫୁଲ୍ ନେତା ମାନେ l  ଯଦି ଆଜି ଯାଏ ଏ ସବୁ ମୌଳିକ ସମସ୍ୟା ସମାଧାନ ହୋଇ ପାରିଲା ନାହିଁ ତ ଜିଲ୍ଲା ରେ ୨୪ ବର୍ଷ ଶାସନ ରେ କ୍ଷମତା ରେ ପୁଣି ଦୁଇ ଦୁଇ ଟା ମନ୍ତ୍ରୀ ଥାଇ ଆମ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରୀ ବେହେରା ନୂଆଁ କଣ କରିଛନ୍ତି ବୋଲି ସୋନାଲି ଦୃଢ଼ ସମାଲୋଚନା କରିଛନ୍ତି l ଏବଂ  ଏଥର ସୋନପୁର ନିର୍ବାଚନ ମଣ୍ଡଳୀ ର ସଧାରଣ ଜନତା  ଏଇ ପ୍ରତିଶୁତି ଓ ପ୍ରତାରଣା କୁ ଭଲ ଭାବେ ବୁଝି ଯାଇଛନ୍ତି, ଓ ଇଭିଏମ୍ ରେ ତାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ସୋନାଲି l ଗତ ନିର୍ବାଚନ ରେ ସୋନପୁର ର ବିଭିନ୍ନ ୱାର୍ଡ ସମେତ ତରଭା ବ୍ଲକ କୁଟଶିରା ଓ ଡୁଙ୍ଗୁରୀ ପାଲି କର୍ଲା ଝୁଲି ଓ ଅନେକ ଗାଁ ରେ ମନ୍ତ୍ରୀ ଙ୍କୁ  ହଟହଟା ହେବାକୁ ପଡିଥିବା ବେଳେ ଠିକ୍ ଏଥର ୨୦୨୪ ନିର୍ବାଚନ ରେ ମଧ୍ୟ ସୋନପୁର ସହର ତଥା ଗାଁ ଗାଁ ରେ ଲୋକ ଙ୍କ ପ୍ରଶ୍ନ  ବାଣ ରେ ଶାସକ ଦଳ ର ମନ୍ତ୍ରୀ ହଟହଟା ହେଉଛନ୍ତି ଯାହା  କି ନିକଟ ରେ ଘଟିଥିବା ଏକ ଜ୍ୱଳନ୍ତ ଉଦାହରଣ ତରଭା ର ସର୍ଗଜ , ସୋନପୁର ବ୍ଲକ ର ଖାରି ତରେଇକେଲା ଗାଁ ର ଅପ୍ରୀତିକର ପରିସ୍ଥିତି ଓ ସୋନପୁର ଟାଉନ ମେହେର ପାର୍କ ର ତୁମୁଳ କାଣ୍ଡ ,  ତାହା କାହାକୁ ଅଛପା ହୋଇ ରହି ନାହିଁ  ଜିଲ୍ଲା ସାରା ସବୁ ଠି ଚର୍ଚ୍ଚା ହେଉଛି ବୋଲି ସୋନାଲି କହିଛନ୍ତି l ଏବଂ  ତାଙ୍କୁ  କଇଁଚି ଚିହ୍ନ ମିଳିଥିବାରୁ ସୋନାଲି ଖୁସି ଥିବା ସାଙ୍ଗେ ସାଙ୍ଗେ  ସମସ୍ତ ଭୋଟର ଓ ଅନ୍ୟ ଦଳ ର କୋଣ ଠେସl ପୁରୁଣା ନେତା ମାନଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ବଢ଼ିଛି ବୋଲି ସୋନାଲି କହିଛନ୍ତି l କାରଣ କଇଁଚି ଶବ୍ଦ ର ଇତିହାସ ବି କାହାକୁ ଅଛପା ନାହିଁ ବୋଲି ସୋନାଲି ମତ ରଖି କେବେ କାହା ପାଇଁ  କ୍ଷତି ପହଞ୍ଚାଇ ଥିବା ଏଇ ଶାଣିତ କଇଁଚି ମୋ ପାଇଁ ନିର୍ବାଚନ ମଇଦାନ ରେ ହଜାର ଗୁଣା ଲାଭ ପହଞ୍ଚାଇବ ବୋଲି ହସି ହସି ଦୃଢକ୍ତି ପ୍ରକାଶ କରିଛନ୍ତି l ଚାଷୀ ସରକାର ସ୍ଲୋଗାନ ଦେଇ ଦୀର୍ଘ ମାସ ହେବ ସୋନପୁର ନିର୍ବାଚନମଣ୍ଡଳୀର ଗାଁକୁ ଗାଁ ଘର କୁ ଘର ବୁଲୁଛନ୍ତି ସୋନାଲି l ଏଥିପାଇଁ ଜିଲାର ଚାଷୀ ସଂଗଠନ ଓ ସଧାରଣ ଲୋକ  ପାଖରୁ ମହିଳା ଙ୍କ ପାଖରୁ ତାଙ୍କୁ ଖୁବ୍ ଉତ୍ସାହ ଓ ଆର୍ଥିକ ସହଯୋଗ ମଧ୍ଯ ମିଳୁଛି। ଜୟ କୋସଲ, ଜୟ କିଷାନ ଓ ଇସ୍ ବାର ଚାଷୀ ସରକାର ସ୍ଲୋଗାନ୍ ଦେଇ ସେ ଭୋଟ ଭିକ୍ଷା କରୁଛନ୍ତି । କେତେବେଳ ନିଜେ ଟ୍ରାକ୍ଟର ଚଳାଇ ରାଲି କରୁଛନ୍ତି ତ ଆଉ କେତେବେଳେ ଚାଲି ଚାଲି ବୁଲି ଲୋକ ଙ୍କ ଠାରୁ ଭୋଟ , ଅର୍ଥ ଓ ଆଶୀର୍ବାଦ ଭିକ୍ଷା କରୁଛନ୍ତି।  ଶଗଡ଼ ଗାଡ଼ି ରେ ବିଶାଳ ଶୋଭା ଯାତ୍ରା ରେ ଆସି ସୋନପୁର ଆସନ ରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରି ସେ ସାରା ରାଜ୍ୟ ତଥା ଦେଶ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି l ଆଗାମୀ ଦିନରେ ଚାଷୀ ର ସ୍ବାର୍ଥ ଓ ଅଧିକାର ପାଇଁ ଲଢେଇ କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ରାଜ୍ୟରେ ବିଗତ ୨୪ ବର୍ଷର ସ୍ଥିର ସରକାରରେ ସୁବର୍ଣ୍ଣପୁର ଜିଲ୍ଲା ରେ କିଛି ନୂଆଁ ପ୍ରକଳ୍ପ ସହ ଆଖଦୃଶିଆ ବିକାଶ ହୋଇପାରିନି l ଯାହାକି ଲୋକ ଙ୍କୁ ଏ ବିଷୟ ରେ ସଚେତନ କରାଇ ପାରି ଥିବାରୁ  ମୁଁ ଏ କଇଁଚି ଚିହ୍ନ ରେ ପ୍ରତିପକ୍ଷ ଙ୍କୁ  ଘାଇଲା କରିବି ଓ ନିଶ୍ଚିତ ବିଜୟ ହାସଲ କରିବି ବୋଲି ସୋନାଲି କହିଛନ୍ତି l ଆଉ ନବୀନ ସରକାର ଙ୍କ ପ୍ରାର୍ଥୀ କୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବହୁ ପରିଚିତ  କଇଁଚି ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ସେ ଏହି ଅବସରରେ ରବିବାର ରାତି ରେ ଏକ ସାମ୍ୱାଦିକ ସମ୍ମିଳନୀ ଜରିଆ ରେ ଲୋକ ଙ୍କୁ ନିବେଦନ କରିଛନ୍ତି l ୨୦୧୪ ନିର୍ବାଚନ ରେ ସୋନପୁର ଆସନ ରେ ବିଜେଡି ପ୍ରାର୍ଥୀ ବିଜେପି ଠାରୁ ୫୧ ହଜାର ୪୮୫ ଭୋଟ ମାର୍ଜିନ ରେ ଓ ୨୦୧୯ ନିର୍ବାଚନ ରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ  ଠାରୁ ୨୫ ହଜାର ୭୨୪ ଭୋଟ ମାର୍ଜିନ ରେ ବିଜେଡ଼ିର ପ୍ରାର୍ଥୀ ବିଜୟୀ ହୋଇ ଥିବା ବିଷୟ , ଓ ଥର କୁ ଥର ଭୋଟ ହାର କମୁଥିବାରୁ ବର୍ତ୍ତମାନ ର ନବୀନ ସରକାର ପ୍ରତି ଲୋକେ ଆସ୍ଥା ହରାଉଥିବା ଦେଖିବା କୁ ମିଳିଛି l ବିଜେଡି କହୁଛି ଏଥର ୫୦/ ୬୦ ହଜାର ମlର୍ଜିନ ରେ ପୁଣି ଷଷ୍ଠ ଥର ଜିତିବୁ l ବିଜେପି , କଂଗ୍ରେସ ଓ ସ୍ବାଧିନ  କହୁଛି ଏଥର ଜନତା ସଠିକ୍ ନିର୍ଣ୍ଣୟ କରିବେ l  ଜୁନ ୦୪ ତାରିଖ ଭୋଟ ଗଣତି କୁ ସମସ୍ତ ଅପେକ୍ଷା l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like